fbpx

ଗୁଗୁଲର ବ୍ୟବସାୟକୁ ଘାଟା କରୁଛି ୱାର୍କ-ଫ୍ରମ-ହୋମ କଲଚର, ପୂର୍ବତନ ସିଇଓ କହିଲେ ଏହି ବଡ଼ କାରଣ

ନୂଆଦିଲ୍ଲୀ: ଆଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଦୁନିଆର ବଡ଼ କମ୍ପାନୀଗୁଡିକୁ ଫୋକସରେ ରହିଛି। ଗୁଗୁଲକୁ ନେଇ ଆପଲ, ମାଇକ୍ରୋସଫ୍ଟ ଏବଂ ଫେସବୁକ ପର୍ଯ୍ୟନ୍ତ ଟେକ ଜଗତର ବଡ଼ କମ୍ପାନୀମାନ ଏଆଇର ଦୌଡରେ ସାମିଲ ଅଛନ୍ତି। ଅନ୍ୟପକ୍ଷରେ ଚାଟଜିପିଟି ତିଆରି କରିଥିବା ଓପେନଏଆଇ ଭଳି ନୂଆ କମ୍ପାନୀ ଏହି ଦୌଡରେ ଆଗରେ ରହିଛି। ଗୁଗୁଲର ପୂର୍ବତନ ସିଇଓ ଏଆଇର ରେସରେ ଟେକ କମ୍ପାନୀଗୁଡିକ ପଛରେ ରହିବାର କାରଣ କହିଛନ୍ତି।

ଗୁଗୁଲର ପୂର୍ବତନ ସିଇଓ Eric Schmidଙ୍କୁ କହିବାନୁ୍‌ାୟୀ, ଏଆଇର ଦୌଡରେ ପଛରେ ରହିବା ପାଇଁ ଗୁଗୁଲର ୱାର୍କ ଫର୍ମ ହୋମ କଲଚର ଦାୟୀ। ସେ ଗୁଗୁଲର ରିମୋର୍ଟ ୱାର୍କ ପଲିସିଜର ଅଲୋଚନା କରି କହିଛନ୍ତି ଯେ, କମ୍ପାନୀ ରିମୋର୍ଟ ୱାର୍କ ଏବଂ ୱାର୍କ-ଲାଇଫ ବାଲାନ୍ସ ଉପରେ ଅଧିକ ଗୁରୁତ୍ୱ ଦେଉଛି, ଯେଉଁଥିପାଇଁ ଏହାର ପର୍ଫମାନ୍ସ ପ୍ରଭାବିତ ହେଉଛି।

Eric Schmid ୟୁନିର୍ଭସିଟୀରେ ଏକ ଇଣ୍ଟରଭ୍ୟୁରେ ଭାଗ ନେଇଥିଲେ। ରିପୋର୍ଟ ମୁତାବକ, କଥାବର୍ତ୍ତା ସମୟରେ ଏରିକ ଏଆଇର ରେସରେ ଗୁଗୁଲକୁ ପଛରେ ପକାଇବା କାରଣ ରିମୋର୍ଟ ୱାର୍କ ଏବଂ ୱାର୍କ ଲାଇଫ ବାଲାନ୍ସ ଉପରେ ଅଧିକ ଧ୍ୟାନ ଦେଉଛି। ରିପୋର୍ଟରେ ଏରିକଙ୍କ ପକ୍ଷରୁ କୁହାଯାଇଛି ଯେ, ଫ୍ଲେକ୍ସିବଲ ୱାର୍କ ଆରେଞ୍ଜମେଣ୍ଟ ଉପରେ ଗୁଗୁଲ ଦ୍ୱାରା ଫୋକସ କରିବାରେ ସେ ଏଆଇ ଡେଭଲପମେଣ୍ଟରେ ଓପେନଏଆଇ ଏବଂ ଅନ୍ଥ୍ରୋପିକ ଭଳି ଷ୍ଟାର୍ଟଅପ କମ୍ପାନୀଗୁଡିକ ପଛରେ ରହିଗଲା।

Get real time updates directly on you device, subscribe now.