fbpx

କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: କ୍ରିକେଟର ସୂର୍ଯ୍ୟକୁମାରଙ୍କ ରାଗ ବର୍ଷା, ଦେଲେ ଚେତାବନୀ….

ଓଡିଶା ଭାସ୍କର: କୋଲକାତାର ଆରଜି ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ-ହତ୍ୟା ଘଟଣା ସାରା ଦେଶ ତଥା ଅନେକ ରାଷ୍ଟ୍ରକୁ ସ୍ତବ୍ଧ କରି ଦେଇଛି । ତାହାସହ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି ଏହି ଅମାନବୀୟ, ଲଜ୍ଜିତ ତଥା କଳଙ୍କିତ ଘଟଣାକୁ ନେଇ । ଏହାକୁ ନେଇ ଏବେ ଟିମ ଇଣ୍ଡିଆର ଟ୍ୱେଣ୍ଟି-ଟ୍ୱେଣ୍ଟି ଅଧିନାୟକ ତଥା ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ ସୋସିଆଲ ମିଡିଆ ଏକ୍ସ (ପୂର୍ବର ଟ୍ୱିଟର )ରେ ଛୁଆଙ୍କୁ ଶିକ୍ଷିତ କରିବାକୁ ନେଇ ପରାମର୍ଶ ଦେଇଛନ୍ତି । ବ୍ୟାଟର ସୂର୍ଯ୍ୟକୁମାର ଇନଷ୍ଟାଗ୍ରାମରେ ଏକ ମେସେଜ ସେୟାର କରିଛନ୍ତି । ସେ ନିଜର ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଦେଇ ଲେଖିଛନ୍ତି ଯେ, ନିଜର ଝିଅଙ୍କ ସୁରକ୍ଷା କରନ୍ତୁ । ତାହାସହ ପରେ ଏହାକୁ କାଟି ଦେଇ ପୁଣି ସୂର୍ଯ୍ୟକୁମାର ଲେଖିଥିଲେ ଯେ, ନିଜର ପୁଅଙ୍କୁ ଶିକ୍ଷିତ କରାନ୍ତୁ । ଏହାପୂର୍ବରୁ ସୂର୍ଯ୍ୟକୁମାରଙ୍କ ପୂର୍ବରୁ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ମଧ୍ୟ କୋଲକାତା ଘଟଣାକୁ ନେଇ ତୀବ୍ର ନିନ୍ଦା କରିଥିଲେ ଓ ତାଙ୍କର ପ୍ରତିକ୍ରିୟା ରଖିଥିଲେ ।

କହିରଖୁ, ସୂର୍ଯ୍ୟକୁମାର ଯାଦବ ବହୁତ ଶୀଘ୍ର ଦିଲୀପ ଟ୍ରଫି ଖେଳୁଥିବାର ନଜର ଆସିବେ । ବ୍ୟାଟର ସୂର୍ଯ୍ୟକୁମାର, ଭାରତ ପାଇଁ ମଧ୍ୟ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ଦିଲୀପ ଟ୍ରଫିରେ ‘ଇଣ୍ଡିଆ-ସି’ ଟିମ ପାଇଁ ଖେଳିବେ ।

Get real time updates directly on you device, subscribe now.