fbpx

Love Marriage: ପ୍ରେମ ବିବାହର ଏହି ୫ଟି ଫାଇଦା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ

ଓଡ଼ିଶା ଭାସ୍କର: ବିବାହ ଏମିତି ଏକ ବନ୍ଧନ ଯାହା ମଣିଷ ସମାଜର ପ୍ରତେକଟି ପାଇଁ ଏକ ଗୁରୁ ଦାୟୀତ୍ୱ। ପରିବାର ଗଢ଼ିବା ପାଇଁ ବିବାହ ଏକ ଅଭିଛେଦ୍ୟ ପର୍ବ। ସେ ପ୍ରେମ ବିବାହ ହେଉ ଅବା ଆରେଞ୍ଜ ମ୍ୟାରେଜ୍, ଉଭୟ ବିବାହର ଭିନ୍ନ ଭିନ୍ନ ଉପାୟ ଏବଂ ଉଭୟଙ୍କର ନିଜର ଫାଇଦା ଓ କ୍ଷତି ରହିଛି। ଆଜି ଆମେ ଆପଣଙ୍କୁ ପ୍ରେମ ବିବାହର କିଛି ଫାଇଦା ବିଷୟରେ କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ସେହି ଫାଇଦା ବିଷୟରେ ।

  1. ପ୍ରେମ ବିବାହର ଫାଇଦା
    ପ୍ରେମ ବିବାହରେ ଉଭୟ ପାର୍ଟନର ପରସ୍ପର ସହ ଦୀର୍ଘ ସମୟ ବିତାଇଥାନ୍ତି ଏବଂ ପରସ୍ପରକୁ ଭଲ ଭାବରେ ଜାଣିବା ଆରମ୍ଭ କରିଦିଅନ୍ତି । ଦୀର୍ଘ ଦିନ ଧରି ଏକାଠି ରହିବା କାରଣରୁ ଦୁହେଁ ପରସ୍ପରର ନାପସନ୍ଦ, ଭଲ ଅଭ୍ୟାସ, ଖରାପ ଅଭ୍ୟାସ ଏବଂ ପରସ୍ପରର ଆଚରଣକୁ ସମ୍ପୂର୍ଣ୍ଣ ଭାବରେ ଚିହ୍ନିଥାନ୍ତି । ଯାହା ଫଳରେ ଉଭୟଙ୍କ ମଧ୍ୟରେ ବୁଝାମଣା ବଢିବା ସହ ସହଜରେ ସମନ୍ୱୟ ରକ୍ଷା କରିଥାଏ ।
  2. ପରସ୍ପରକୁ ଭଲ ଭାବରେ ବୁଝନ୍ତୁ
    ପ୍ରେମ ବିବାହରେ ବୁଝାମଣା ହେତୁ ଉଭୟ ପାର୍ଟନରଙ୍କ ଝଗଡ଼ା ଅଧିକ ଦିନ ପର୍ଯ୍ୟନ୍ତ ରହିନଥାଏ । ପ୍ରେମ ବିବାହରେ ଉଭୟ ପାର୍ଟନର ପରସ୍ପରର ଦୁର୍ବଳତାକୁ ବୁଝନ୍ତି ଏବଂ ସମୟ ଆସିଲେ ପରସ୍ପରର ସାହାରା ହୋଇଯାଆନ୍ତି । ଏଭଳି ସ୍ଥିତିରେ ଦୁହିଁଙ୍କ ସମ୍ପର୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ମଜବୁତ ହୋଇଥାଏ।
  3. ପ୍ରେମ ବିବାହରେ ପ୍ରେମ ଓ ରୋମାନ୍ସ
    ଖାଲି ସେତିକି ନୁହେଁ ପ୍ରେମ ବିବାହରେ ଉଭୟ ପାର୍ଟନର ଆତ୍ମବିଶ୍ୱାସରେ ଭରପୂର ଏବଂ ଜୀବନର ସମସ୍ତ ଚ୍ୟାଲେଞ୍ଜର ଏକାଠି ମୁକାବିଲା କରିବାରେ ସକ୍ଷମ ହୋଇଥାନ୍ତି । ପ୍ରେମ ବିବାହରେ ପ୍ରେମ ଓ ରୋମାନ୍ସ ହୋଇଥାଏ, ଯାହା ସମ୍ପର୍କକୁ ଆହୁରି ମଜବୁତ କରିଥାଏ ।
  4. ସମାଜରେ ପରିବର୍ତ୍ତନ
    ଯେଉଁମାନେ ପ୍ରେମ ବିବାହ କରନ୍ତି ସେମାନେ ଖୋଲା ମନର ଏବଂ ସମୟବଦ୍ଧ ଲୋକ, ଏଭଳି ଲୋକ ସମାଜରେ ପରିବର୍ତ୍ତନ ଆଣିପାରନ୍ତି । ଖାଲି ସେତିକି ନୁହେଁ, ଏଭଳି ଲୋକମାନେ ସମାଜର କାର୍ଯ୍ୟପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। ପ୍ରେମ ବିବାହରେ ପୁଅ ଓ ଝିଅ ଏକାଠି ରହୁଛନ୍ତି। ଏହି କାରଣରୁ ଦୁହେଁ ପରସ୍ପରର ପରିବାର ସଦସ୍ୟଙ୍କୁ ମଧ୍ୟ ଭଲ ଭାବେ ଚିହ୍ନିଥାନ୍ତି ।
  5. ପରସ୍ପରର ନିଜେ ନିଷ୍ପତ୍ତି ନେଉଛନ୍ତି
    ପ୍ରେମ ବିବାହରେ ଉଭୟ ପାର୍ଟନରଙ୍କୁ ନୂଆ ଢଙ୍ଗରେ ଆରମ୍ଭ କରିବାକୁ ପଡିବ ନାହିଁ । ଖାଲି ସେତିକି ନୁହେଁ ଯଦି ଆପଣ ପ୍ରେମ ବିବାହ କରନ୍ତି ତେବେ ଆପଣ ନିଜେ ପରସ୍ପରର ନିଷ୍ପତ୍ତି ନେଇପାରିବେ । ଉଭୟ ପାର୍ଟନର ନିଜ କାମକୁ ଦାୟିତ୍ୱରୁ ଅଲଗା କରି ନିଜ ଜୀବନକୁ ଖୁସିରେ ବିତାଇଥାନ୍ତି ।

Get real time updates directly on you device, subscribe now.