fbpx

ଚାକିରି କରୁଥିବା ଲୋକଙ୍କୁ ଶକ୍ତ ଝଟକା ! ଏହି କାରଣ ଯୋଗୁଁ ପୁଣି କଟିପାରେ ପିଏଫ୍ ସୁଧ ହାର

କରୋନା ସଙ୍କଟ ମଧ୍ୟରେ ସାଧାରଣ ଲୋକଙ୍କର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ଦେଶରେ ସବୁ ସାମଗ୍ରୀ ମହଙ୍ଗା ହେବାକୁ ଲାଗିଥିବା ବେଳେ ଅନ୍ୟପଟେ ସେଭିଙ୍ଗ୍ ଉପରେ ସୁଧ ହାର କମିବାରେ ଲାଗିଛି । ରିପୋର୍ଟ ମୁତାବକ, ଇପିଏଫଓ ପକ୍ଷରୁ ପୁଣି ଥରେ ସୁଧ ହାର କମିପାରେ ବୋଲି ଆଶଙ୍କା କରାଯାଉଛି । ପୁଞ୍ଜି ନିବେଶ ରିଟର୍ଣ୍ଣ ହ୍ରାସ କରାଯାଉଥିବାରୁ ସୁଧ ହାର କମାଇବା ପାଇଁ ଯୋଜନା ଚାଲିଛି ।

ତେବେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପିଏଫ୍ ହାର ୮.୬୫ ପ୍ରତିଶତରୁ ୮.୫୦ ପ୍ରତିଶତକୁ ହ୍ରାସ କରାଯାଇଛି । କିନ୍ତୁ ଏହାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇ ନାହିଁ । ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ହିଁ ଶ୍ରମ ମନ୍ତ୍ରଣାଳୟ ଏହାକୁ ସୂଚିତ କରିବ ।

ସୂଚନା ମିଳିଛି କି, ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛି ଇପିଏଫଓ । ଏଥିରୁ ପ୍ରାୟ ୪୫୦୦ କୋଟି ଟଙ୍କା ଏନବିଏଫସି କମ୍ପାନୀ ଦିୱାନ ହାଉସିଂ ଓ ଆଇଏଲ ଆଣ୍ଡ ଏଫଏସରେ ବିନିଯୋଗ କରିଛି ।

Get real time updates directly on you device, subscribe now.