fbpx

କାର ମାଇଲେଜ କାହିଁକି ହୋଇଥାଏ କମ, ଜାଣନ୍ତୁ ଏହାର କାରଣ

ଓଡ଼ିଶା ଭାସ୍କର: କାରର ମେଣ୍ଟେନାନ୍ସ କରିବା ବହୁ କଷ୍ଟକର ହୋଇଥାଏ।ବେଳେ ବେଳେ ଏହା କାରରେ ଅନେକ ସମସ୍ୟାମାନ ମଧ୍ୟ ଦୃଶ୍ୟମାନ ହୋଇଥାଏ। ଭଲ ମାଇଲେଜ ଦେଉଥିବା କାରର ମାଇଲେଜ କମ ହୋଇଯିବା ମଧ୍ୟ ଏହାର ଏକ ବଡ଼ କାରଣ ହୋଇଥାଏ। କେବଳ ମେଣ୍ଟେନାନ୍ସ କମ ନୁହେଁ ବରଂ କାରର ମାଇଲେଜ କମ ହେବାରେ ଆହୁରି କାରଣ ହୋଇପାରେ। ଏହି ସମସ୍ୟାକୁ ଦୂର କରି ଆପଣ କାରକୁ ଠିକ କରିପାରିବେ। ଆସନ୍ତୁ ଜାଣିବା କାରର ମାଇଲେଜ କମ ହେବାରେ କେଉଁ କେଉଁ କାରଣ ରହିଛି।

ଯେତେବେଳେ ଆମେ କାର ଚଳାଇବା ଶିଖୁଛୁ, ସେତେବେଳେ କାରକୁ ଉଚିତ ଗିୟରରେ ଚଳାଇବା ଆସେନାହିଁ. ଏଥିରେ କାରର ମାଇଲେଜ ପ୍ରଭାବିତ ହୋଇଥାଏ। ଅଚାନକ ବ୍ରେକ ଲଗାଇବା ଏବଂ ଗତି ବଢାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଇବାରେ ଏହା ଇଞ୍ଜିନ ଉପରେ ପ୍ରଭାବ ପକାଇଥାଏ। ଏଥିସହ ମାଇଲେଜ ମଧ୍ୟ କମ ହୋଇଥାଏ। ଆବଶ୍ୟକତା ନଥିଲେ ବି ଇଞ୍ଜିନ ଚାଲୁ ରଖିବାରେ ଆପଣଙ୍କ କାରର ମାଇଲେଜ କମ ହୋଇଥାଏ।

ଯଦି କାରର ଟାୟାରରେ ପ୍ରେସର କମ ହୋଇଥାଏ ସେତେବେଳେ ଏହା ଇଞ୍ଜିନ ଉପରେ ପ୍ରଭାବ ପକାଇଥାଏ। ଏଥିପାଇଁ ମାଇଲେଜ କମ ହୋଇଥାଏ। ଏଥିପାଇଁ କାରର ପ୍ରେସରକୁ ସବୁବେଳେ ଚେକ୍ କରିବା ଆବଶ୍ୟକ।

କାରର ଇଞ୍ଜିନ ଅଏଲ ସଠିକ ସମୟରେ ପରିବର୍ତ୍ତନ କରିବା ଆବଶ୍ୟକ। ଏଥିସହ ଏୟାର ଫିଲ୍ଟର ଏବଂ ସ୍ପାର୍କ ପ୍ଲଗର ନିୟମିତ ସଫା କରିବା ଆବଶ୍ୟକ।
କାରରେ ଓଜନ ବଢିବା ଦ୍ୱାରା ଇଞ୍ଜିନ ଉପରେ ପ୍ରେସର ପଡିଥାଏ। ସେଥିପାଇଁ କାରରେ ଆବଶ୍ୟକତାଠାରୁ ଅଧିକ ଜିନିଷ ରଖନ୍ତୁ ନାହିଁ।

Get real time updates directly on you device, subscribe now.