fbpx

ଜନ୍ମାଷ୍ଟମୀ ୨୦୨୪ରେ କେଉଁ ରାଶିର ଲୋକେ ହେବେ ଭାଗ୍ୟଶାଳୀ, କାହାକୁ ମିଳିବ ଚାକିରି, ଜାଣନ୍ତୁ

ଓଡ଼ିଶା ଭାସ୍କର: ଧର୍ମ ଗ୍ରନ୍ଥ ଅନୁସାରେ, ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏଥର ଏହି ପର୍ବ ୨୬ ଅଗଷ୍ଟ, ସୋମବାର ଦିନ ପାଳନ କରାଯିବ। ଏହିଦିନ ଗ୍ରହ-ନକ୍ଷତ୍ରମାନଙ୍କ ସଂଯୋଗରେ ଅନେକ ଶୁଭ ଯୋଗ ହେଉଛି, ଯାହାର ପ୍ରଭାବ ୪ଟି ରାଶି ଉପରେ ପଡିବାକୁ ଯାଉଛି। ଜ୍ୟେତିଷଶାସ୍ତ୍ରୀ ଅନୁସାରେ, ଜନ୍ମାଷ୍ଟମୀରେ ହର୍ଷଣ, ସୁସ୍ଥିର, ବର୍ଦ୍ଦମାନ ସହ ସର୍ବାର୍ଥସିଦ୍ଧି ନାମର ଶୁଭ ଯୋଗ ରହିବ। ଏଥିସହ ପଞ୍ଚମହାପୁରୁଷମାନଙ୍କରୁ ଏକ ଶସ ଯୋଗ ମଧ୍ୟ ଏହି ଦିନ ରହିବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିହେବେ ଲାଭବାନ।

ବୃଷ ରାଶି: ଜନ୍ମାଷ୍ଟମୀରେ ଏହି ରାଶିର ଲୋକମାନେ ଅଧିକ ଲାଭବାନ ହେବେ। ଧନ ଲାଭର ଅନେକ ସୁଯୋଗ ମିଳିବ। ଚାକିରି-ବିଜନେସର ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ରହିବ। ସଂପତ୍ତି ମାମଲାରେ ମଧ୍ୟ ଏମାନେ ଭାଗ୍ୟବାନ ହେବେ। ପ୍ରେମରେ ସଫଳତା ମିଳିବ। କ୍ୟାରିୟର ସହ ଜଡିତ ଅନେକ ଭଲ ଖବର ମିଳିବ। ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

କର୍କଟ ରାଶି: ଜନ୍ମାଷ୍ଟମୀରେ ଏହି ରାଶିର ଲୋକେ ଭାଗ୍ୟଶାଳୀ ହେବେ। ଏମାନଙ୍କ ଜୀବନରେ ଖୁସିରେ ରହିବେ। ଆର୍ଥିକସ୍ଥିତି ପରିବର୍ତ୍ତନ ହେବ। ବିଜନେସରେ ଅନେକ ବଡ଼ ଡିଲ ସମ୍ବବ ହେବ। ଧନ ଲାଭର ଯୋଗ ଏହି ସମୟରେ ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଭାଗ୍ୟ ସାଥ ଦେବ।

ସିଂହ ରାଶି: ସିଂହ ରାଶିଙ୍କର ଭାଗ୍ୟ ଏହି ରାଶିର ଲୋକଙ୍କ କ୍ୟାରିୟରକୁ ଅଚାନକ ଭାଗ୍ୟର ସାଥ ମିଳିବ। ଅନେକ ବଡ଼ ସଫଳତା ଏହି ସମୟରେ ମିଳିପାରେ। ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ। ସାଙ୍ଗମାନଙ୍କ ସହ ଭ୍ରମଣର ସୁଯୋଗ ରହିଛି। ପାରିବାରିକ କଳହର ସମାପ୍ତି ଘଟି ସମାଧାନ ହେବ।

ବିଛା ରାଶି: ଏହି ରାଶିର ଲୋକଙ୍କ ପାଇଁ ଅନେକ ଖୁସି ଖବର ମିଳିବ। ପାରିବାରିକ ଜୀବନରେ ସୁଖ-ସମୃଦ୍ଧି ଲାଗି ରହିବ। ସଂପତ୍ତି ସହ ଅନେକ ଯୋଜନା ଅପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ପିଲାମନଙ୍କୁ ଏହି ସମୟରେ ଅନେକ ସଫଳତା ମିଳିପାରେ। ପ୍ରେମ ସଂପର୍କରେ ଝଗଡ଼ାର ସମାଧାନ ହେବ।

Get real time updates directly on you device, subscribe now.