fbpx

ୟୁକ୍ରେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ଜେଲେନ୍ସକିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା । ଅଗଷ୍ଟ ୨୧ ଓ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ପୋଲାଣ୍ଡ୍ ଗସ୍ତ କରିବେ । ଏହା ପରେ ଅଗଷ୍ଟ ୨୩ରେ ୟୁକ୍ରେନ୍ ଯିବେ । ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିବେ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ପ୍ରଥମ ଥର ପାଇଁ ଅଧିକାରିକ ଭାବେ ଭେଟିବେ । ତେବେ ତାଙ୍କ ମଧ୍ୟରେ ରୁଷ- ୟୁକ୍ରେନ୍ ଯୁଦ୍ଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି ।

ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ୍ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଜାଣିବା

୧. ରୁଷ-ୟୁକ୍ରେନ୍ ଯୁଦ୍ଧର ଅନ୍ତ କରିବା ନେଇ କିଛି ପ୍ରସ୍ତାବ ରଖିପାରନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ୨୨ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଯୁଦ୍ଧ ଶେଷ କରିବା ନେଇ ଆଲୋଚନା କରିଥିଲେ ।

୨. ଯୁକ୍ତରାଷ୍ଟ୍ର ମହାସଚିବ ଏଣ୍ଟୋନିଓ ଗୁଟେରେସଙ୍କ ବ୍ୟତୀତ ଆମେରିକା, ଫ୍ରାନ୍ସ, ଜର୍ମାନୀ ଭଳି ଶକ୍ତିଶାଳୀ ଦେଶର ପ୍ରମୁଖ ଅନେକ ଥର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ- ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ଦିଗରେ ପ୍ରଥମ ପଦକ୍ଷେପ ନେବା ଉଚିତ । ମଧ୍ୟସ୍ଥି ଭାବରେ ମୋଦୀ ହେଉଛନ୍ତି ଜଣେ ଉତ୍ତମ ବିକଳ୍ପ ।

୩. ସୂତ୍ରରୁ ପ୍ରକାଶ କି ଗତ ମାସ ରାଷ୍ଟ୍ରପତି ଜେଲେନ୍ସକିଙ୍କ ଚୀଫ୍ ଅଫ୍ ଷ୍ଟାଫ୍ Andriy Yermak ଭାରତୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନରେ ବାର୍ତ୍ତାଳାପ କରିଥିଲେ । ସେ କହିଥିଲେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା କରିବାରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରନ୍ତି ।

୪. ବିଦେଶ ମନ୍ତ୍ରଣାଳୟ ସଚିବ(ପଶ୍ଚିମ) ତନ୍ମୟ ଲାଲଙ୍କ କହିବାନୁଯାୟୀ ଏଭଳି ଜଟିଳ ପ୍ରସଙ୍ଗ(ରୁଷ- ୟୁକ୍ରେନ ଯୁଦ୍ଧ)ରେ ଭାରତ ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛି । କୂଟନୈତିକ ଏବଂ କଥାବାର୍ତ୍ତା ମାଧ୍ୟମରେ ଏହି ବିବାଦର ସମାଧାନ ହେବା ନେଇ ଭାରତ ଏକ ସ୍ପଷ୍ଟ ଏବଂ ସ୍ଥିର ଆଭିମୁଖ୍ୟ ବଜାର ରଖିଛି । ମୋଦୀ- ଜେଲେନ୍ସକି ମଧ୍ୟରେ କଥାବାର୍ତ୍ତା ଫଳାଫଳର ପୂର୍ବାନୁମାନ କରିବାକୁ ସେ ମନା କରିଛନ୍ତି ।

Get real time updates directly on you device, subscribe now.