fbpx

ଦିଲ୍ଲୀ-NCRରେ ୨ ଦିନ ବନ୍ଦ ରହିବ ଅଟୋ-ଟ୍ୟାକ୍ସି ଚଳାଚଳ, ଧାରଣାରେ ବିଭିନ୍ନ ଅଟୋ-ଟ୍ୟାକ୍ସି ସଂଗଠନ

ନୂଆଦିଲ୍ଲୀ: ଆଜିଠାରୁ ୨ ଦିନ ରାଜଧାନୀ ଦିଲ୍ଲୀରେ ଗଡ଼ିବନି ଅଟେ କିମ୍ବା ଟ୍ୟାକ୍ସି । ଦିଲ୍ଲୀ- NCRରେ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭର ୟୁନିୟନ ଆପ୍ ଆଧାରିତ କ୍ୟାବ୍ ସେବାକୁ ବିରୋଧ କରି ୨ ଦିନିଆ ଧର୍ମଘଟ ଘୋଷଣା କରିଛନ୍ତି । ଆପ୍ ଆଧାରିତ କ୍ୟାବ୍ ସେବା ସେମାନଙ୍କ ଜୀବିକାକୁ ପ୍ରଭାବିତ କରୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ସାଧାରଣ ଜନତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ଧର୍ମଘଟରେ ଦିଲ୍ଲୀ- NCRର ୧୫ରୁ ଉର୍ଦ୍ଧ୍ୱ ୟୁନିୟନ ସାମିଲ ଅଛନ୍ତି ।

ଏହି ଧର୍ମଘଟରେ ଦିଲ୍ଲୀ- NCR ଅଟୋ-ଟ୍ୟାକ୍ସି ସଂଗଠନର ବିଭିନ୍ନ ପଦାଧିକାରୀମାନଙ୍କୁ ସେମାନଙ୍କ ଦାବି ସହ ଜନ୍ତର-ମନ୍ତର ଠାରେ ପ୍ରତିବାଦ କରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ମିିଳିଛି । ଏହି ଧର୍ମଘଟରେ ଟ୍ୟାକ୍ସି ଡ୍ରାଇଭର ସେନା ୟୁନିୟନ୍‌, ଦିଲ୍ଲୀ ଅଟୋ ୩ ଚକିଆ ଡ୍ରାଇଭର ୟୁନିୟନ, ରାଜଧାନୀ ଟୁରିଷ୍ଟ ଡ୍ରାଇଭର ୟୁନିୟନ ସମେତ ଦିଲ୍ଲୀ NCRର ୧୫ରୁ ଉର୍ଦ୍ଧ୍ୱ ଅଟୋ-ଟ୍ୟାକ୍ସି ଚାଳକ ୟୁନିୟନ୍ ମିଳିତ ଭାବେ ୨ ଦିନିଆ ଧାରଣା ପ୍ରଦର୍ଶନ କରିବେ ।

Get real time updates directly on you device, subscribe now.