fbpx

ଏବେ ଆପଣଙ୍କ ଚେହେରା ଦେଖାଇ କରିପାରବେ UPI ପେମେଣ୍ଟ: ବଢ଼ିଯିବ ସୁରକ୍ଷା, ଠକେଇରେ ଲାଗିବ ଲଗାମ୍

ନୂଆଦିଲ୍ଲୀ: ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ବୃଦ୍ଧି ସହିତ ଠକେଇ ମାମଲା ବଢ଼ିବାରେ ଲାଗିଛି । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରେଗୁଲେଟର ଠକେଇକୁ ରୋକିବା ପାଇଁ ନୂତନ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ୟୁପିଆଇ ଟ୍ରାଞ୍ଜାକ୍ସନକୁ ପିନ୍ ପରିବର୍ତ୍ତେ ବାୟୋମେଟ୍ରିକ୍ ସହିତ ପ୍ରାମାଣିକରଣ କରିବାକୁ କାର୍ଯ୍ୟ ଚାଲିଛି ।

ବଦଳିଯିବ ୟୁପିଆଇ ମାଧ୍ୟମରେ ପେମେଣ୍ଟ ପଦ୍ଧତି :-

ମେଣ୍ଟର ଏକ ରିପୋର୍ଟ ଅନୁସାରେ, ରିଟେଲର ପେମେଣ୍ଟ ସିଷ୍ଟମର ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ କିମ୍ବା ଏନପିସିଆଇ ୟୁପିଆଇ ମାଧ୍ୟମରେ ଦେୟ ଦେବା ପାଇଁ ପ୍ରମୁଖ ପରିବର୍ତ୍ତନ ପ୍ରସ୍ତୁତ କରିଛି । ୟୁପିଆଇ ମାଧ୍ୟମରେ ହେବାକୁ ଥିବା ପେମେଣ୍ଟକୁ ଯାଞ୍ଚ (ପ୍ରାମାଣିକିକରଣ) ପାଇଁ ଏବେ ବାୟୋମେଟ୍ରିକ୍ସ ବ୍ୟବହୃତ ହେବ । ବାୟୋମେଟ୍ରିକ୍ ବିକଳ୍ପ ଯେପରିକି ଫିଙ୍ଗର ପ୍ରିଣ୍ଟ କିମ୍ବା ଫେସ୍ ପ୍ରାମାଣିକରଣ ଇତ୍ୟାଦି ଉପରେ ବିଚାର କରାଯାଉଛି ।

ଅନେକ କମ୍ପାନୀ ସହିତ ଏନପିସିଆଇର ଚର୍ଚ୍ଚା ଚାଲିଛି :-

ରିପୋର୍ଟ ଅନୁଯାୟୀ, ୟୁପିଇରେ ବାୟୋମେଟ୍ରିକ୍ ସୁବିଧା ଆରମ୍ଭ କରିବାକୁ ଏନପିସିଆଇ ଅନେକ ଷ୍ଟାର୍ଟଅପ୍ କମ୍ପାନୀ ସହ କଥା ହେଉଛି । ବର୍ତ୍ତମାନ ଅଧିକାଂଶ ଫୋନ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଏବଂ ଫେସ୍ ସ୍ୱୀକୃତି ଭଳି ଫିସର୍ଚ ସହିତ ଆସୁଛି । ଏନପିସିଆଇ ସ୍ମାର୍ଟଫୋନରେ ଉପସ୍ଥିତ ଥିବା ଏହି ଫିଚର୍ସଗୁଡିକ ବ୍ୟବହାର କରି ୟୁପିଆଇ ମାଧ୍ୟମରେ କାରବାର ଏବଂ ଦେୟ ସୁରକ୍ଷିତ କରିବାକୁ ଯୋଜନା କରିଛି ।

ଏହି ସ୍ମାର୍ଟଫୋନ୍ ଫିଚର୍ସଗୁଡିକର ଲାଭ ଉଠାଯିବ ।

ଉଦାହରଣ ସ୍ୱରୂପ, ଆଣ୍ଡ୍ରଏଡ୍ ଫୋନ୍ ଚଳାଉଥିବା ଉପଭୋକ୍ତାମାନେ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ବ୍ୟବହାର କରି ପେମେଣ୍ଟ୍ କରିବାକୁ ସମର୍ଥ ହେବେ । ଅଧିକାଂଶ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ସହିତ ଆସିଥାଏ । ଅନେକ ଆଣ୍ଡ୍ରଏଡ୍ ଫୋନ୍ ରେ ମଧ୍ୟ ଚେହେରା ଚିହ୍ନିବା ଫିଚର୍ସ ରହିଥାଏ । ସେହିଭଳି, ଆଇଫୋନ୍ ବ୍ୟବହାରକାରୀମାନେ ଫେସ୍ ଆଇଡି ମାଧ୍ୟମରେ ୟୁପିଆଇ ପେମେଣ୍ଟ କରିବାକୁ ସକ୍ଷମ ହେବେ ।

Get real time updates directly on you device, subscribe now.