fbpx

ଏହି ୪ଟି ପରିସ୍ଥିତିରେ ଭୁଲରେ ବି କିଛି ନ କହିବା ଭଲ ନଚେତ ଭୋଗିବେ ସମସ୍ୟା, ଜାଣନ୍ତୁ କ’ଣ କୁହନ୍ତି ଜୟା କିଶୋରୀ

ଓଡ଼ିଶା ଭାସ୍କର: ମୋଟିଭେସନାଲ ଏବଂ ଆଧ୍ୟାତ୍ମିକ ସ୍ପିକର ଜୟା କିଶୋରୀଙ୍କୁ କିଏ ନ ଜାଣିଛି । ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଜୀବନ ସହ ଜଡ଼ିତ ପ୍ରେରଣାଦାୟୀ ସନ୍ଦେଶ ଦେଇଥାନ୍ତି । ଭଜନ ଏବଂ କଥା ମାଧ୍ୟମରେ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଲୋକପ୍ରିୟ ଜୟା କିଶୋରୀ । ମାତ୍ର ୬ ବର୍ଷ ବୟସରୁ କୃଷ୍ଣ ଭକ୍ତିରେ ଲୀନ ହୋଇଥିଲେ ଜୟା । ଲୋକଙ୍କ ଜୀବନକୁ ନୂତନ ଦିଗ ପ୍ରଦାନ କରିବା ଦିଗରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ବ୍ୟକ୍ତି ଜଣଙ୍କୁ କେଉଁ ପରିସ୍ଥିତିରେ ଚୁପ୍ ରହିବା ଉଚିତ ଜାଣିଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ କ’ଣ କୁହନ୍ତି ଜୟା କିଶୋରୀ ।

୧. କ୍ରୋଧ: କ୍ରୋଧ ହେଉଛି ଏପରି ଏକ ସ୍ଥିତ ଯେଉଁଥିରେ ବ୍ୟକ୍ତି ନିଜ ହିତାହିତ ଜ୍ଞାନ ହରାଇଥାଏ । ସେହି ସମୟରେ କ୍ରୋଧ ବଶତଃ କହିଥିବା ଶବ୍ଦ ଅନ୍ୟର ମନକୁ ଆଘାତ ଦେଇଥାଏ । ଏଭଳି ସ୍ଥିତିରେ ଚୁପ୍ ରହିବା ହିଁ ଶ୍ରେୟସ୍କର । ପ୍ରତିକ୍ରିୟା ଦେବା ପୂର୍ବରୁ ପରିସ୍ଥିତିକୁ ବୁଝିବା ସହ କିଛି ସମୟ ନିଜକୁ ଦିଅନ୍ତୁ ।

୨. ବନ୍ଧୁତା: ଜୀବନରେ ଏପରି ଅନେକ ପରିସ୍ଥିତି ଆସିଥାଏ ଯେବେ ଆପଣଙ୍କ ବନ୍ଧୁତା ବାଜିରେ ଲାଗିଥାଏ । କୌଣସି ପରିସ୍ଥିତିରେ ଆପଣଙ୍କ କଥା ବନ୍ଧୁତାକୁ କ୍ଷତି ପହଞ୍ଚାଇବାର ଆଶଙ୍କା ସୃଷ୍ଟି କରୁଥିଲେ ଚୁପ୍ ରୁହନ୍ତୁ ।

୩. କ୍ଷମା: କ୍ଷମାର ଅର୍ଥ ନୁହେଁ କି ଆପଣ ଭୁଲ ଏବଂ ସାମ୍ନା ବ୍ୟକ୍ତି ସଠିକ୍ । ଏହାର ଅର୍ଥ କି ଆପଣ ସାମ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । କ୍ଷମା ମାଗିଲେ ଆପଣ ଛୋଟ ହୋଇଯିବେ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ । ବେଳେ ବେଳେ ପରିସ୍ଥିତି ଦେଖି ନିଜକୁ ଆୟତରେ ରଖିବାକୁ ପଡ଼ିଥାଏ ।

୪. ଜ୍ଞାନ: କଥାରେ ଅଛି ଅଳ୍ପ ବିଦ୍ୟା ଭୟଙ୍କର । ତେଣୁ ସ୍ଥିତିର ଗଭୀରତାକୁ ନ ଜାଣି କିଛି ବି କୁହନ୍ତୁ ନାହିଁ । ଏହା ଦ୍ୱାରା ଆପଣ ଆଲୋଚନାର ଶିକାର ହୋଇପାରନ୍ତି । ସବୁବେଳେ ନିଜ ଜ୍ଞାନର ପ୍ରଦର୍ଶନ କରିବା ଦ୍ୱାରା ଅନ୍ୟମାନେ ଆପଣଙ୍କୁ ଆତ୍ମଗର୍ବୀ ଭାବିଥାନ୍ତି ।

Get real time updates directly on you device, subscribe now.