fbpx

୩୭୫ଟି GRS ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ରାଜ୍ୟରେ ପୁଣି ଖାଲି ହେଲା ଗ୍ରାମ ରୋଜଗାର ସେବକ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଗ୍ରାମ ରୋଜଗାର ସେବକ (ଜିଆରଏସ) ପଦ ପୂରଣ ପାଇଁ କୋରାପୁଟ ଜିଲ୍ଲା ତରଫରୁ ନିଯୁକ୍ତି ସୁଯୋଗ ଆସିଥିଲା । ତେବେ ଏହା ମଧ୍ୟରେ ପୁଣି କିଛି ଜିଆରଏସ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାରେ ୩୭୫ଟି ଗ୍ରାମ ରୋଜଗାର ସେବକ ପଦ ପୂରଣ ହେବ । ଏଥିପାଇଁ ଆବେଦନ କରିବାର ଅନ୍ତିମ ତାରିଖ ସେପ୍ଟେମ୍ବର ମାସ ୨୧ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ରହିଥିବା ଆବଶ୍ୟକ । ପ୍ରାର୍ଥୀ ଓଡ଼ିଆ ଭାଷାରେ କହିବା, ଲେଖିବା ଓ ପଢ଼ିବା ଭଲ ଭାବେ ଜାଣିଥିବା ଆବଶ୍ୟକ । ପ୍ରାର୍ଥୀମାନେ ନୋଟିଫିକେସନ ଲିଙ୍କକୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରି ଆବେଦନ କରିପାରିବେ ।

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆକ୍ଟ (ଏମଜିଏନଆରଇଜିଏ) ଅଧିନରେ ଏହି ନିଯୁକ୍ତି ଦିଆଯିବ । ନୂଆ କରି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ମାସିକ ବେତନ ୭ ହଜାର ଟଙ୍କା ଓ ୧ ବର୍ଷରୁ ୬ ବର୍ଷରେ କାର୍ଯ୍ୟ କରିଥିବା ପ୍ରାର୍ଥୀଙ୍କୁ ୮୫୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ୬ ବର୍ଷ ସଫଳତାର ସହ କାର୍ଯ୍ୟ କରିବା ପରେ ପ୍ରାର୍ଥୀଙ୍କୁ ୮୮୯୯ ଟଙ୍କା ବେତନ ଦିଆଯିବ ।

ନୋଟିଫିକେସନ ଲିଙ୍କ: https://ganjam.odisha.gov.in/sites/default/files/2024-08/Advertisement%20regarding%20engagement%20of%20multipurpose%20Assistance%20namely%20Gram%20Rozgar%20Sevak%20%28GRS%29._0.pdf

Get real time updates directly on you device, subscribe now.