fbpx

ଆୟେଶାଙ୍କୁ ଦେଖି ଚମକି ଗଲେ ଫ୍ୟାନ୍ସ, ଟ୍ରୋଲିଂ ପରେ ଡିଲିଟ୍ କଲେ ଇନଷ୍ଟାଗ୍ରାମ ଆକାଉଣ୍ଟ

ମୁମ୍ବାଇ: ‘ତାରଜନ୍ ଦି ୱଣ୍ଡର କାର’ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଚୁଲବୁଲି ଅଭିନେତ୍ରୀ ଅୟେଶା ଟାକିଆ । ତାଙ୍କ ଅଭିନୟ ଏବଂ ସୁନ୍ଦରତାର ଜାଦୁ ଦର୍ଶକଙ୍କୁ ଦିୱାନା କରିଥିଲା । ସଲମାନ ଖାନଙ୍କ ସହ ‘ୱାଣ୍ଟେଡ୍‌’ ଫିଲ୍ମ ମାଧ୍ୟମରେ ସେ ଲାଇମଲାଇଟକୁ ଆସିଥିଲେ । କିନ୍ତୁ ବିବାହ ପରେ ବଲିଉଡରୁ ଏକ ପ୍ରକାର ଦୂରେଇ ଯାଇଥିଲେ ଆୟେଶା । ୨୦୧୧ରେ ‘ମୋଡ୍‌’ ଫିଲ୍ମରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ନିକଟରେ ସେ ତାଙ୍କ ଲୁକକୁ ନେଇ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଆୟେଶା ଟାକିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରଥିଲେ । ନୀଳ ଏବଂ ଗୋଲ୍ଡେନ୍ ରଂଗ ସିଲ୍କ ଶାଢ଼ି ଏବଂ ସୁନା ଅଳଙ୍କାର ସହ ଟ୍ରେଡିସନାଲ ଲୁକରେ ନଜର ଆସିଥିଲେ । ଖୋଲା କେଶ ଏବଂ ହାଲୁକା ମେକଅପ୍ ସହ କମ୍ପ୍ଲିମେଣ୍ଟ କରିଥିଲେ । ତାଙ୍କର ଏଭଳି ପୋଷ୍ଟ ଦେଖି ଅଧିକାଂଶ ୟୁଜର ଟ୍ରୋଲ କରିଥିଲେ । ୟୁଜରମାନେ ଏପରି କିଛି କମେଣ୍ଟ କରିଛନ୍ତି, ‘ତୁମ ନାଚୁରାଲ୍ ଲୁକ୍ କାହିଁକି ବିଗାଡ଼ିଲ ? ବହୁତ ଖରାପ ଦେଖାଯାଉଛ ।’, ‘ଏମିତି କାହିଁକି ହୋଇଗଲ’, ଏହାର କ’ଣ ଆବଶ୍ୟକତା ଥିଲା ? ଏତେ ଖରାପ ଭାବରେ ଟ୍ରୋଲିଂ ହେବା ପରେ ଅୟେଶା ଇନଷ୍ଟାଗ୍ରାମରୁ ଯେପରି ଗାଏବ ହୋଇଯାଇଛନ୍ତି । ସେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । କହିରଖୁଛୁ ଇନଷ୍ଟାଗ୍ରାମରେ ଆୟେଶାଙ୍କ ପାଖାପାଖି ୨ ମିଲିୟନ୍ ଫଲୋଅର୍ସ ଥିଲେ ।

Ayesha Takia Photos

 

 

Get real time updates directly on you device, subscribe now.