fbpx

ଆରପାରିରେ ସାଉଥ୍ ଇଣ୍ଡଷ୍ଟ୍ରିର ବିଶିଷ୍ଟ ଅଭିନେତା, ହୃଦଘାତରେ ୩୭ ବର୍ଷ ବୟସରେ ନିଧନ

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଲାୟଲମ ଫିଲ୍ମ ଅଭିନେତା ନିର୍ମଳ ବେନିଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ନିକଟତର ବନ୍ଧୁ ତଥା ଫିଲ୍ମ ନିର୍ମାତା ସଞ୍ଜୟ ପଡିୟୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଭାରି ମନରେ ପ୍ରିୟ ମିତ୍ରକୁ ଅଲବିଦା କହିବାକୁ ପଡ଼ୁଛି…ନିର୍ମଳ ‘କୋଚ୍ଚା’, ‘ଓମେନି ଧରମ’ ଭଳି ଫିଲ୍ମର ଶାନ୍ ଥିଲେ । ଆଜି ସକାଳେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ଭଗବାନଙ୍କୁ ପ୍ରାର୍ଥନା ମୋ ପ୍ରିୟ ମିତ୍ରଙ୍କ ଆତ୍ମକୁୁ ଶାନ୍ତି ମିଳୁ ।’

କମେଡିଆନ ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିବା ନିର୍ମଳଙ୍କୁ ୟୁଟ୍ୟୁବ ଭିଡିଓ ଏବଂ ଷ୍ଟେଜ୍ ପଫର୍ମାନ୍ସରୁ ପରିଚୟ ମିଳିଥିଲା । ୨୦୧୨ରେ ସେ ‘ନବଗାଥାର୍କୁ ସ୍ୱାଗତମ୍‌’ ମାଧ୍ୟମରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ସେ ‘ଆମୀନ୍‌’ ଏବଂ ‘ଡୁରୁମ’ ସମେତ ମୋଟ୍ ୫ଟି ଫିଲ୍ମରେ କାମ କରିଥିଲେ । ତାଙ୍କ ଅଭିନୟର ଜାଦୁ ଦର୍ଶକଙ୍କ ହୃଦୟକୁ ଛୁଇଁପାରିଥିଲା । ତାଙ୍କ ଆକସ୍ମାତ ବିୟୋଗ ଯୋଗୁଁ ପରିବାର, ସାଉଥ୍ ଇଣ୍ଡଷ୍ଟ୍ରି ଏବଂ ପ୍ରଶଂସକଙ୍କୁ ଗଭୀର ଆଘାତ ଲାଗିଛି ।

Get real time updates directly on you device, subscribe now.