fbpx

ଗାଡ଼ି କାଚ ଭାଙ୍ଗିଲେ ଦୁର୍ବୃତ୍ତ…ଭୟରେ ଥରିଲେ, କାନ୍ଦି କାନ୍ଦି ସୋସିଆଲ ମିଡିଆରେ ଭାବୁକ ଭିଡିଓ ଶେୟାର କଲେ ଏହି ବଙ୍ଗୀୟ ଅଭିନେତ୍ରୀ

କୋଲକାତା: ଥମିବାର ନାଁ ଧରୁନି କୋଲକାତା ସ୍ଥିତ ଆରଜି କର ହସ୍ପିଟାଲରେ ଟ୍ରେନିଂ ମହିଳା ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲା । ବର୍ତ୍ତମାନ ଏହି ମାମଲାକୁ ନେଇ ଦେଶବ୍ୟାପି ବିରୋଧ ପ୍ରଦର୍ଶନ ଦେଖାଦେଇଛି । ଏହି ଘଟଣାକୁ ନେଇ କୋଲକାତାରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିମଧ୍ୟରେ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବଙ୍ଗୀୟ ଅଭିନେତ୍ରୀ ପାୟଲ ମୁଖାର୍ଜ୍ଜୀ । ବଙ୍ଗଳା ସିନେମା ବ୍ୟତୀତ ଦକ୍ଷିଣ ସିନେମାରେ ମଧ୍ୟ ନିଜ ଅଭିନୟର ଜଳୱା ଦେଖାଇଛନ୍ତି । ନିକଟରେ କୋଲକାତା ସାଉଥ୍ ଆଭେନ୍ୟୁରେ ତାଙ୍କ ଗାଡ଼ି ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ସୋମନେ ଅଭିନେତ୍ରୀ ଜଣଙ୍କ ଗାଡ଼ିର କାଚ ମଧ୍ୟ ଭାଙ୍ଗିଦେଇଥିଲେ । ପାୟଲ ଏହି ସମସ୍ତ ଦୃଶ୍ୟର ଭିଡିଓ କରିଥିଲେ ଯେଉଁଥିରେ ତାଙ୍କ ଚେହେରାରେ ଭୟ ସ୍ପଷ୍ଟ ଜଣାପଡ଼ୁଛି । ତାଙ୍କ କହିବାନୁଯାୟୀ ସାଉଥ୍ ଆଭେନ୍ୟୁ ଦେଇ ଯାଉଥିବା ସମୟରେ ଏକ ବାଇକ୍ ଆସି ତାଙ୍କ କାରକୁ ଧକ୍କା ଦେଇଥିଲା । ବାଇକରେ ଆସିଥିବା ଦୁର୍ବୃତ୍ତ ପାଟିତୁଣ୍ଡ କରି ତାଙ୍କୁ କାର ଝରକା ଖୋଲିବା ପାଇଁ କହିଥିଲେ । ଏପରି ନ କରିବାରୁ ସେମାନେ ଝରକା କାଚ ଭାଙ୍ଗିଥିଲେ । ଏହା ପରେ କିଛି ଧଳା ପାଉଡର ତାଙ୍କ ଉପରେ ଫିଙ୍ଗିଥିଲେ । ଏହା ପରେ ସେମାନଙ୍କ ବିରୋଧରେ ପୋଲିସରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଭାବେ ବାଇକ ଦୁର୍ବୃତ୍ତଙ୍କୁ ଧରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.