fbpx

OSRTC ସିଏଓ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗିରଫ ହେଲେ OSRTC ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର(CAO) ବିଜୟ କୁମାର ମଙ୍ଗରାଜ । ଆଜି ଭିଜିଲାନ୍ସ ଟିମ୍ ବିଜୟ ମଙ୍ଗରାଜଙ୍କୁ କୋର୍ଟ ଚାଲାଣ କରିବ ।

ଭିଜିଲାନ୍ସ ଜାଲରେ ଫସିଥିବା ବିଜୟଙ୍କ ଭୁବନେଶ୍ୱରରେ ୨ଟି କୋଠା ଓ ଦାମୀ ପ୍ଲଟ୍‌, କେରଳ ଏର୍ଣ୍ଣାକୁଲମରେ ୨ ମହଲା କୋଠା, ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ଟଙ୍କା ଜମା ରାଶି ରହିଛି । ତାଙ୍କ ପାଖରୁ ୫୦୦ ଗ୍ରାମ ସୁନା ଓ ଦୁଇଟି ୪ ଚକିଆ ଗାଡ଼ି ଜବତ କରିଛି ଭିଜିଲାନ୍ସ ଟିମ୍ ।

Get real time updates directly on you device, subscribe now.