fbpx

Relationship Tips: ଲଭ୍ ଏବଂ Crushକୁ ନେଇ କନଫ୍ୟୁଜ୍ କି ? ରିଲେସନସିପରେ ଆସିବା ପୂର୍ବରୁ ଜାଣି ରଖନ୍ତୁ ଏହି ୫ଟି ସଂକେତ

ଓଡ଼ିଶା ଭାସ୍କର: ଭଲପାଇବା ଏକ ସୁନ୍ଦର ଅନୁଭୂତି । ଭଳପାଇବା କେତେବେଳେ କେଉଁଠି ଓ କାହା ସହ ହୋଇଯିବ କିଛି ଜଣା ନାହିଁ । ଏହି ସୁନ୍ଦର ସମ୍ପର୍କରେ ଥିବା କପଲ ଦୁନିଆକୁ ଭୁଲି ପରସ୍ପର ମଧ୍ୟରେ ହଜିଯାଇଥାନ୍ତି । ଅଧିକାଂଶ ସମୟରେ କିନ୍ତୁ Love ଏବଂ Crush(ଆକର୍ଷଣ) ମଧ୍ୟରେ କିଛି ବ୍ୟକ୍ତି କନଫ୍ୟୁଜ୍ ରହିଯାନ୍ତି । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ତେଣୁ କୌଣସି ରିଲେସନସିପରେ ଆସିବା ପୂର୍ବରୁ ଖକ୍ଟଙ୍ଖର ଏବଂ Crush ମଧ୍ୟରେ ଥିବା ପାର୍ଥକ୍ୟକୁ ଭଲରେ ବୁଝିବା ଆବଶ୍ୟକ ।

ଆଜିକାଲି ଭଲପାଇବାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ଚିନ୍ତାଧାର ରହିଛି । ଆଢ଼ଇ ଦିନିଆ ପ୍ରେମ ପଛରେ ପାଗଳ ହୋଇ ଅନେକ ଯୁବପିଢ଼ି ନିଜ କ୍ୟାରିୟରକୁ ଗୁରୁତ୍ୱ ଦେଉନାହାଁନ୍ତି । ପରେ ରିଲେସନସିପରେ ଧୋକା ଖାଇଥାନ୍ତି । ତେବେ ନିମ୍ନଲିଖିତ ସଂକେତରୁ ଜାଣିପାରିବେ ମନରେ ଉଠୁଥିବା ପ୍ରଶ୍ନ Love ନା Crush ?

୧. ଭାବନାର ଗଭୀରତା: କ୍ରଶ୍ ଅର୍ଥାତ ଆକର୍ଷଣ । କୌଣସି ବ୍ୟକ୍ତିର ଲୁକ୍‌, ଷ୍ଟାଇଲ ବା ବିଶେଷ ଗୁଣ ପ୍ରତି ଆକର୍ଷିତ ହେବା ସ୍ୱାଭାବିକ । ସମୟକ୍ରମେ ଏହା ଫିକା ପଡ଼ିବାକୁ ଲାଗେ କାରଣ ଆକର୍ଷଣ କ୍ଷଣସ୍ଥାୟୀ । ଅପରପକ୍ଷରେ ଭଲପାଇବା ହେଉଛି ଏକ ଅନୁଭୂତି ଯାହା ସମୟ ସହ ଆହୁରୀ ଗଭୀର ହୋଇଥାଏ । ଆପଣ ସେହି ବ୍ୟକ୍ତିର shortcomings ଜାଣି ମଧ୍ୟ ତାଙ୍କ ସହ ସମୟ ବିତାଇବା ପାଇଁ ବାହାନା ଖୋଜିଥାନ୍ତି । ଆପଣ ପାର୍ଟନରଙ୍କୁ ତାଙ୍କ ପ୍ରକୃତି ଏବଂ ଗୁଣ ସହ ସ୍ୱିକାର କରିବା ପସନ୍ଦ କରିଥାନ୍ତି ।

୨. ବ୍ୟବହାର ଏବଂ ବିଚାରରେ ଅନ୍ତର: ଅନ୍ୟ ପ୍ରତି କ୍ରଶ୍ ଥିଲେ ଆପଣ ଏକାନ୍ତରେ ତାଙ୍କ ବିଷୟରେ ଭାବିଥାନ୍ତି । ଅନେକ ସମୟରେ ତାଙ୍କ ନିକଟର ହେବାକୁ ଚାହିଁଥାନ୍ତି କିନ୍ତୁ ଏହି ସମ୍ପର୍କର ଗଭୀରତାକୁ ଅଣଦେଖା କରିଥାନ୍ତି । ଅନ୍ୟପଟେ ଆପଣ ଜଣଙ୍କୁ ଭଲପାଉଥିଲେ ତାଙ୍କ ସହ ଜୀବନର ଉତ୍ଥାନ ଓ ପତନ ଶେୟାର କରିଥାନ୍ତି । ତାଙ୍କ ସହ ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବା ସହ ପରସ୍ପରର ଖୁସି ଏବଂ ହିତକୁ ଗୁରୁତ୍ୱ ଦେଇଥାନ୍ତି ।

Spice up your bond: 8 exciting couple activities to deepen your connection  - Hindustan Times

୩. ଦୂରତା: କଥାରେ ଅଛି ସମୟ ଓ ଦୂରତା ଭଲପାଇବାକୁ ପରଖି ଥାଏ । କୌଣସି କାରଣ ବଶତଃ ପାର୍ଟନର ଠାରୁ ଦୂରେଇ ଗଲେ କିଛି ଦିନ ଆପଣ ଦୁଃଖାରେ ରହିଥାନ୍ତି । ପରେ ତାଙ୍କ ସ୍ମୃତି ଧିରେ ଧିରେ ଝାପ୍ସା ହେବାକୁ ଲାଗେ । ଏହି ଦୂରତା ମଧ୍ୟରେ ଆପଣ ଅନ୍ୟ ପ୍ରତି ଆକର୍ଷିତ ମଧ୍ୟ ହୋଇପାରନ୍ତି । କିନ୍ତୁ ପ୍ରକୃତ ଭଲପାଇବାରେ ପାର୍ଟନର ଯେତେ ଦୂରରେ ଥିଲେ ମଧ୍ୟ ତାଙ୍କ କଥା ଭାବିଥାନ୍ତି । ସେହି ଭଲପାଇବା କେବେ ବଦଳିନଥାଏ ।

୪. ସଚ୍ଚୋଟପଣ: ବିଶ୍ୱାସରେ ଗଢ଼ା ସମ୍ପର୍କର ମୂଳଦୁଆ । ପାର୍ଟନର ପରସ୍ପରକୁ ଠକିଲେ ସମ୍ପର୍କ କେବେ ଦୀର୍ଘସ୍ଥାୟୀ ହୋଇନଥାଏ । ପାର୍ଟନରଙ୍କ ପ୍ରତି କ୍ରଶ୍ ଥିଲେ ସେମାନଙ୍କ ଭାବନାକୁ ନେଇ ଆପଣଙ୍କ ଉପରେ କିଛି ଫରକ ପଡ଼ିନଥାଏ । ସେମାନଙ୍କ ପସନ୍ଦ ଅପସନ୍ଦ ଅନୁଯାୟୀ ଆପଣ କାର୍ଯ୍ୟ କରିନଥାନ୍ତି । କିନ୍ତୁ ଭଲପାଇବାରେ ପାର୍ଟନରଙ୍କୁ ଦୁଃଖିତ ଦେଖି ଆପଣ ମଧ୍ୟ ଦୁଃଖି ହୋଇଥାନ୍ତି । ପାର୍ଟନରଙ୍କୁ ଠକିବା ପାଇଁ ଆପଣଙ୍କ ବିବେକ ବାଧା ଦେଇଥାଏ ।

୫. କେମିଷ୍ଟ୍ରି: ଭଲପାଇବାରେ ଉଭୟ ପାର୍ଟନର ପରସ୍ପର ପ୍ରତି ସମର୍ପଣ ଭାବନା ରଖିଥାନ୍ତି । ସେମାନଙ୍କୁ ମନେଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଥାନ୍ତି । ସେମାନଙ୍କ ଇଚ୍ଛା ଏବଂ ଭାବନାର ସମ୍ମାନ କରିଥାନ୍ତି । ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଉଭୟ ପରସ୍ପରକୁ ସହଯୋଗ କରିଥାନ୍ତି । ଅପରପକ୍ଷଷର ଅନ୍ୟ ପ୍ରତି କ୍ରଶ୍ ଥିଲେ ଏପରି ହୋଇନଥାଏ । କିଛି କଥାରେ ଆପଣଙ୍କ ବିଚାରଧାରା ସମାନ ନ ହେଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.