fbpx

‘ପ୍ଲିଜ୍ ମୋ ପାଇଁ ରୋଲ୍ କରି ଦିଅ…’, ଗୋଟିଏ ଝଟକାରେ ରଣବୀରଙ୍କ ଏହି ଫିଲ୍ମ ଅଫରକୁ ରିଜେକ୍ଟ କରିଥିଲେ କଙ୍ଗନା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ । ନିଜ ଅଭିନୟ ଠାରୁ ଅଧିକ କଂଟ୍ରୋଭର୍ସି ଟିପ୍ପଣୀ ପାଇଁ ପରିଚିତ । ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା କଙ୍ଗନା ପଲିଟିକାଲ ଡ୍ରାମା ଫିଲ୍ମ ‘ଏମର୍ଜେନ୍ସୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ସେ ଫିଲ୍ମର ପ୍ରୋମୋସନରେ ବ୍ୟସ୍ତ ରହୁଛନ୍ତି । ଏଥିମଧ୍ୟରେ ଏକ ସାକ୍ଷାତକାରରେ ସେ ରଣବୀରଙ୍କ ସହ ଫିଲ୍ମ ଅଫରକୁ ମନା କରିବା ନେଇ ବଡ଼ ଖୁଲାସା କରିଛନ୍ତି ।

ବଲିଉଡର ‘କଂଟ୍ରୋଭର୍ସି କ୍ୱୀନ୍‌’ ଭାବରେ ପରିଚିତ କଙ୍ଗନା ନିକଟରେ ଏକ ସାକ୍ଷାତକାରରେ ନେପୋଟିଜିମକୁ ନେଇ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଟାର୍ଗେଟ କରିଥିଲେ । ରଣବୀରଙ୍କ ବ୍ଲକବଷ୍ଟର ଫିଲ୍ମ ‘ଆନିମଲ’କୁ ନେଇ ଆଲୋଚନା କରିଥଲେ । ଏହା ସହ ଏପରି ଏକ କଥା କହିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ୨୦୧୮ରେ ରଣବୀରଙ୍କ ‘ସଞ୍ଜୁ’ ଫିଲ୍ମରେ ରୋଲ୍ କରିବା ଅଫରକୁ ମନା କରିଦେଇଥିଲେ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସଞ୍ଜୟ ଦତ୍ତଙ୍କ ଏହି ବାୟୋପିକ ଫିଲ୍ମ ରେ ଅନୁଷ୍କା ଶର୍ମା, ଦିୟା ମିର୍ଜା ଏବଂ ସୋନମ କପୁରଙ୍କ ଭଳି ଅଭିନେତ୍ରୀଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା । ସାକ୍ଷାତକାରରେ ଯେବେ କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିଲା କି ସର୍ବସାଧାରଣରେ ତାଙ୍କୁ ଅପମାନିତ କରୁଥିବା ବ୍ୟକ୍ତିଙ୍କ ସହ କଥା ହେବା ତାଙ୍କ ପାଇଁ କଷ୍ଟକର କି ? ଏହାର ଉତ୍ତରରେ କଙ୍ଗନା କହିଛନ୍ତି ସେ ଅନେକ ବଡ଼ ବଡ଼ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କରିଛନ୍ତି । ସେ କହିଥିଲେ ରଣବୀର କପୁର ନିଜେ ତାଙ୍କ ଘରକୁ ଆସି, ‘ସଞ୍ଜୁରେ ରୋଲ କରିଦିଅ ପ୍ଲିଜ୍‌’ ବୋଲି କହିଥିଲେ । ସେତେବେଳେ ଏହି ଫିଲ୍ମରେ ମହିଳାଙ୍କ ପାଇଁ ବିଶେଷ ଭୂମିକା ନଥିବା ଅନୁଭବ କରି ଅଫରକୁ ସେ ରିଜେକ୍ଟ କରିଥିିଲେ । ତେବେ ଫିଲ୍ମରେ କଙ୍ଗନାଙ୍କୁ କେଉଁ ଚରିତ୍ର ଅଫର କରାଯାଇଥିଲା ସେନେଇ କିଛି ଖୁଲାସା କରିନାହାଁନ୍ତି । ଏହା ବାଦ୍ କଙ୍ଗନା କହିଥିଲେ କି ୧୦- ୧୫ କୋଟି ଟଙ୍କାର ଏକ ଫେରାୟନେସ୍ କ୍ରିମ୍ ପ୍ରୋମୋସନକୁ ବି ସେ ରିଜେକ୍ଟ କରିଥିଲେ କାରଣ ଏହା racismକୁ ପ୍ରୋତ୍ସାହିତ କରୁଥିଲା ।

Get real time updates directly on you device, subscribe now.