fbpx

ICC ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜୟ ଶାହ; ଖୁବଶୀଘ୍ର ହେବ ଆନୁଷ୍ଠାନିକ ଘୋଷଣା

ନୂଆଦିଲ୍ଲୀ: ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଜଣାପଡିଛି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ଜୟ ଶାହା ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ଆଇସିସିର ଅନ୍ୟ ସଦସ୍ୟଙ୍କ ସମର୍ଥନ ପାଇଥିଲେ। ଏହି ପରିପ୍ରେକ୍ଷୀରେ ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ଜୟ ଶାହା ହେଉଛନ୍ତି ଚତୁର୍ଥ ଭାରତୀୟ ଯିଏ ଆଇସିସି ଅଧ୍ୟକ୍ଷ ହୋଇଛନ୍ତି। ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର ଓ ଶଶାଙ୍କ ମନୋହର ଆଇସିସି ଅଧ୍ୟକ୍ଷ ଥିଲେ।

ଆଇସିସିର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେଉଛି। କିନ୍ତୁ ସେ ଏହି ପଦରେ ରହିବାକୁ ମନା କରିଦେଇଥିଲେ। ଏହାପରେ ବିସିସିଆଇ ସମ୍ପାଦକ ଜୟ ଶାହା ଆଇସିସିର ନୂଆ ଅଧ୍ୟକ୍ଷ ହୋଇଥିଲେ। ତେବେ ଜୟ ଶାହାଆଇସିସି ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରିନଥିଲେ ମଧ୍ୟ ଖୁବଶୀଘ୍ର ଏହା ଘୋଷଣା ହେବାର ସମ୍ଭାବନା ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଜୟ ଶାହାଆଇସିସି ଅଧ୍ୟକ୍ଷ ଭାବେ କିଛି ସମୟ ପରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।

ସୂଚନାଯୋଗ୍ୟ, ଆଇସିସି ଅଧ୍ୟକ୍ଷଙ୍କ ପାଇଁ ସର୍ବାଧିକ ୩ଟି ଦୁଇ ବର୍ଷର କାର୍ଯ୍ୟକାଳ ରହିଛି, କିନ୍ତୁ ଗ୍ରେଗ ବାର୍କଲେ ୪ ବର୍ଷ ପୂରଣ କରିସାରିଛନ୍ତି। ତେବେ ସେ ପୁଣି ଥରେ ଏହି ପଦରେ ରହିବାକୁ ମନା କରିଦେଇଥିଲେ। ଗ୍ରେଗ ବାର୍କଲେଙ୍କ ସ୍ଥାନରେ ଜୟ ଶାହଙ୍କୁ ଇସିସିର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କହିରଖୁଛୁ ଯେ ଜୟ ଶାହା ହେଉଛନ୍ତି ଚତୁର୍ଥ ଭାରତୀୟ ଯିଏ ଆଇସିସି ଅଧ୍ୟକ୍ଷ ହୋଇଛନ୍ତି । ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର ଏବଂ ଶଶାଙ୍କ ମନୋହର ଆଇସିସି ଅଧ୍ୟକ୍ଷ ପଦରେ ଥିଲେ।

Get real time updates directly on you device, subscribe now.