fbpx

Youtube Premium ପ୍ଲାନର ବଢିଲା ମୂଲ୍ୟ, ଜାଣନ୍ତୁ ନୂଆ ରେଟ ତାଲିକା

ନୂଆଦିଲ୍ଲୀ: ୟୁଟ୍ୟୁବ ନିଜ ପ୍ରିମିୟମ ସବସ୍କ୍ରିପସନ ପ୍ଲାନ୍ସର ମୂଲ୍ୟକୁ ବଢାଇଛି। ଏହା ଭାରତର ୟୁଟ୍ୟୁବ ୟୁଜର୍ସଙ୍କୁ ସମସ୍ୟାରେ ପକାଇଛି। ଏଥିରେ ଭାରତର ୟୁଟ୍ୟୁବ ୟୁଜର୍ସଙ୍କୁ ୟୁଟ୍ୟୁବର ପ୍ରିମିୟମ ପ୍ଲାନର ଫାଇଦା ଉଠାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

୨୦୧୯ ପରେ ଏପରି ପ୍ରଥମଥର ହୋଇଛି ଯେ, ୟୁଟ୍ୟୁବ ପ୍ରିମିୟମର ସବସ୍କ୍ରିପସନ ପ୍ଲାନର ମୂଲ୍ୟ ପ୍ରଥମଥର ବଢାଯାଇଛି। ଆସନ୍ତୁ ଆମେ ଆପଣଙ୍କୁ କହିବୁ ଯେ, ୟୁଟ୍ୟୁବ ପ୍ରିମିୟମ ପ୍ଲାନରେ କେତେ ଟଙ୍କା ବଢିଛି।

ୟୁଟ୍ୟୁବ ପ୍ରିମିୟମ ପର୍ସନାଲ ପ୍ଲାନର ମୂଲ୍ୟ ପୂର୍ବରୁ ୧୨୯ ଟଙ୍କା ଥିଲା, ହେଲେ ବର୍ତ୍ତମାନ ୧୪୯ କରାଯାଇଛି।

ୟୁଟ୍ୟୁବ ପ୍ରିମିୟମର ଫ୍ୟାମିଲି ପ୍ଲାନର ମୂଲ୍ୟ ପ୍ରଥମେ ୧୮୯ ଟଙ୍କା ଥିଲା, ହେଲେ ବର୍ତ୍ତମାନ କମ୍ପନୀ ଏହାର ମୂଲ୍ୟ ମାସିକ ୨୯୯ ଟଙ୍କା କରିଦେଇଛି। ୟୁଟ୍ୟୁବ ପ୍ରିମିୟମର ଫ୍ୟାମିଲି ପ୍ଲାନରେ ୫ଜଣ ଲୋକଙ୍କ ପ୍ରିମିୟମ ସର୍ଭିସର ଫାଇଦା ଉଠାଇବାର ସୁଯୋଗ ମିଳିଥାଏ।

ଏହା ବ୍ୟତୀତ ୟୁଟ୍ୟୁବ ପ୍ରିମିୟମର ଷ୍ଟୁଡେଣ୍ଟ ପ୍ଲାନର ମୂଲ୍ୟ ପ୍ରଥମେ ୭୯ ଟଙ୍କା ଥିଲା, ବର୍ତ୍ତମାନ ତାହା ୮୯ ଟଙ୍କା ହୋଇଯାଇଛି।

ୟୁଟ୍ୟୁବ ପ୍ରିମିୟମ ପ୍ଲାନରେ ବଢିଥିବା ଏହି ମୂଲ୍ୟକୁ ଦେଖି ଜଣାପଡିଛି ଯେ, ଫ୍ୟାମିଲି ପ୍ଲାନ କିଣୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିବ। କାରଣ ଏହି ପ୍ଲାନରେ କମ୍ପାନୀ ୧୧୦ ଟଙ୍କା ବୃଦ୍ଧି କରିଛି।

Get real time updates directly on you device, subscribe now.