fbpx

(Video): ବୟଫ୍ରେଣ୍ଡ ହେଲେ ସରପ୍ରାଇଜ୍‌! ମଝି ଆକାଶରେ ପ୍ରପୋଜ କଲେ ପ୍ରେମିକା, ଜାଣନ୍ତୁ କ’ଣ ଥିଲା ରିଆକ୍ସନ୍‌

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । କିଏ ଗୀତ ଗାଇ, ନାଚି ରୀଲ୍ସ କରି ନିଜ ଜଲୱା ଦେଖାଉଛନ୍ତି ତ ପୁଣି କିଏ ଷ୍ଟଣ୍ଟ୍ କରୁଛି । ନିଜ କଳାର ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରିବା ପାଇଁ ସୋସିଆଲ ମିଡିଆ ଏକ ପ୍ଲାଟଫର୍ମ ପାଲଟିଯାଇଛି । କିନ୍ତୁ ମଝି ଆକାଶରେ ନିଜ ପାର୍ଟରଙ୍କୁ ପ୍ରପୋଜ କରିବାର ଅନୁଭବ ହିଁ ନିଆରା । ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭଲପାଇବାର ସୁନ୍ଦର ସ୍ମୃତିକୁ ସାଉଁଟିବା ପାଇଁ କିଛି ପ୍ରେମିଯୁଗଳ ନିଆରା ଉପାୟ ଆପଣାଇଥାନ୍ତି । ବିଶେଷକରି ପ୍ରପୋଜ କରିବାର ଶୈଳୀ ଦ୍ୱାରା ପାର୍ଟନରଙ୍କୁୁ ଇମ୍ପ୍ରେସ୍ କରିଥାନ୍ତି । ନିକଟରେ ଜଣେ ମହିଳା ତାଙ୍କ ବୟଫ୍ରେଣ୍ଡଙ୍କୁ ମଝି ଆକାଶରେ ପ୍ରପୋଜ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ କପଲ ଐଶ୍ୱର୍ଯ୍ୟା ବଂଶଲ ଏବଂ ଅମୂଲ୍ୟ ଗୋୟଲ ଇଣ୍ଡିଗୋ ବିମାନରେ ପ୍ରବେଶ କରୁଥିବାର ଦର୍ଶାଯାଇଛି । ଏହା ପରେ ଅମୂଲ୍ୟଙ୍କୁ ସରପ୍ରାଇଜ୍ ଦେବା ପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି ଅନୁଯାୟୀ କିଛି ଯାତ୍ରୀ ହାତରେ ‘କ’ଣ ଆପଣ ମୋତେ ବିବାହ କରିବେ ?’ଲେଖାଥିବା ପେପର ଧରି ଥିଲେ । ଏହା ପରେ ଐଶ୍ୱର୍ଯ୍ୟା ଆଣ୍ଠେଇ ହାତରେ ମୁଦି ଧରି ଅମୂଲ୍ୟଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ଏହା ପରେ ଯାତ୍ରୀ ସମେତ କ୍ରୁ ସଦସ୍ୟ କପଲଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ମୁଁ ଯେମିତି ଭାବିଥିଲ. ତା’ ଠାରୁ ବି ଭଲ ଥିଲା ସରପ୍ରାଇଜ୍ । ଏଭଳି ଅଇଡିଆ ମୋତେ ହଠାତ ଆସିଥିଲା । କ୍ରୁ ସଦସ୍ୟ ମୋତେ ଅନୁମତି ଦେବେ ବୋଲି ଭାବିନଥିଲି ।’

 

View this post on Instagram

 

A post shared by Aishwarya Bansal (@aishwaryabansal_)

 

 

 

Get real time updates directly on you device, subscribe now.