fbpx

(Video) ବନ୍ୟା ପାଣିରେ ଭାସିଗଲା ୧୦୦ ମିଟର ଲମ୍ବା ପୋଲ: ଗାଁ-ସହର ଭିତରେ ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ: ସାରା ଭାରତର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ଏହି ଲଗାଣ ବର୍ଷା ଯୋଗୁଁ ଗୁଜରାଟ କେରଳ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ହେଉଥିବା ଦେଖାଦେଇଛି । ତେବେ ଏହାମଧ୍ୟରେ ଗୁଜରାଟର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ୟାଜଳର ସ୍ରୋତରେ ବହିଯାଇଛି ୧୦୦ ମିଟର ଲମ୍ବ ବିଶିଷ୍ଟ ଏକ ପୋଲ । ନଦୀରେ ବନ୍ୟା ଯୋଗୁଁ ପ୍ରଖର ସ୍ରୋତକୁ ରୋକିବାରେ ଏହି ପୋଲଟି ବିଫଳ ହୋଇଛି ।

ସୂଚନା ଅନୁସାରେ, ଗୁଜୁରାଟର ସୁରେନ୍ଦ୍ର ନଗରଠାରେ ଏଭଳି ଏକ ଦୃଶ୍ୟ ଦେଖାଦେଇଛି । ଭେଗାୱୋ ନଦୀ ଉପରେ ନିର୍ମାଣ ହୋଇଥିବା ଏକ ଛୋଟ ପୋଲକୁ ଭସାଇ ନେଇଛି ବନ୍ୟାପାଣି । ଓଭରଫ୍ଲୋ ହେଉଥିବା ବନ୍ଧରୁ ପାଣି ଯିବା ପରେ ବନ୍ୟାପାଣି ଯୋଗୁଁ ପୋଲଟି ଭୁଷୁଡ଼ି ପଡ଼ିଛି । ଏ ନେଇ ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଏଭଳି ଏକ ଅଘଟଣରେ କୌଣସି ମୃତାହତ ହୋଇନାହିଁ । ଚୋଟିଲାର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ କେ.କେ ଶର୍ମା କହିଛନ୍ତି ଯେ, ପ୍ରାୟ ୧୦୦ ମିଟର ଲମ୍ବ ବିଶିଷ୍ଟ ଏହି ପୋଲ ହବିୟାସର ଗ୍ରାମ ଏବଂ ଚୋଟିଲା ସହର ସହିତ ଯୋଗାଯୋଗର ଏକ ମାଧ୍ୟ ପାଲଟିଥିଲା ।

ସୂଚନା ଥାଉ କି, ଗତ କିଛି ଦିନରୁ ଗୁଜୁରାଟରେ ପ୍ରବଳ ବର୍ଷା ଲାଗି ରହିଛି । ସୁରେନ୍ଦ୍ର ନଗର, ଖେଡ଼ା, ଏବଂ ଦେବଭୂମୀ ଦ୍ୱାରକାରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି । ଏସଡିଏମ କହିଛନ୍ତି ଯେ, ପୋଲ ନିର୍ମାଣ ନେଇ କୌଣସି ସୂଚନା ତାଙ୍କ ପାଖରେ ନାହିଁ । ତେବେ ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ୋସିଆଲ ମିଡିଆରେ ଭିଡିଓ ସେୟାର ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.