fbpx

ଗୁଗୁଲ ମିଟ୍ ଏବଂ Zoomକୁ କଡ଼ା ଟକ୍କର ଦେବ ‘X’, ଏଣିକି ଭିଡିଓ କଲିଂ କରିପାରିବେ ୟୁଜର୍ସ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ଏଲନ୍ ମସ୍କଙ୍କ ‘ଏକ୍ସ’ ବେଶ୍ ପରିଚିତ । ଖୁବ୍ ଶୀଘ୍ର ଟେସଲା ସିଇଓ ମସ୍କ ୟୁଜର୍ସଙ୍କ ପାଇଁ ‘ଏକ୍ସ’ରେ ଭିଡିଓ କନଫରେନ୍ସୀ ଫିଚର ଲଞ୍ଚ୍ କରିବେ । ଏହା ଗୁଗୁଲ ମିଟ୍‌, ଜୁମ୍ ଏବଂ ମାଇକ୍ରୋସଫ୍ଟ ଟିମ୍ ଭଳି ପ୍ଲାଟଫର୍ମଙ୍କୁ କଡ଼ା ଟକ୍କର ଦେବ । ଏହା Meta ସିଇଓ ମାର୍କ ଜୁକରବର୍ଗଙ୍କ ପାଇଁ ଚିନ୍ତା ବୃଦ୍ଧି କରିପାରେ ।

ବର୍ତ୍ତମାନ Metaର ହ୍ୱାଟ୍ସଆପ୍ ଭିଡିଓ କଲିଂ ଫିଚର ୟୁଜର୍ସଙ୍କ ମଧ୍ୟରେ ଲୋକପ୍ରିୟ । ଏଲନ୍ ମସ୍କ ‘ଏକ୍ସ’ରେ ନୂତନ ଭିଡିଓ କନଫରେନ୍ସୀ ଟୁଲ୍ ଫିଚର ଲଞ୍ଚ୍ କରିବାକୁ ଯାଉଛନ୍ତି ଯଦ୍ୱାରା ଅଧିକରୁ ଅଧିକ ୟୁଜର୍ସ ସହଜରେ ଏହି ପ୍ଲାଟଫର୍ମ ସହ ଯୋଡ଼ି ହୋଇପାରିବେ । ‘ଏକ୍ସ’ର ଜଣେ କର୍ମଚାରୀ Chris Park ଏହି ଫିଚରକୁ ହାଇଲାଇଟ୍ କରି କହିଛନ୍ତି, ‘କମ୍ପାନୀ ଏହି ଟୁଲକୁ ଆନ୍ତର୍ଜାତୀୟ ସ୍ତରରେ ପରୀକ୍ଷା କରିସାରିଛି । ଏହି ପରୀକ୍ଷା ସମୟରେ ଦଳର ଫିଡ୍‌ବ୍ୟାକ୍ ସକାରାତ୍ମକ ଥିଲା । ଗୁଗୁଲ ହ୍ୟାଣ୍ଡଆଉଟ୍‌, ଜୁମ୍ ଏବଂ ମାଇକ୍ରୋସଫ୍ଟ ଟିମ୍ ଭଳି ବିଦ୍ୟମାନ ବିକଳ୍ପ ପାଇଁ ଏହା ଏକ ଦୃଢ଼ ଅପସନ୍ ଭାବେ ଉଭା ହୋଇଛି । ଏହି ନୂତନ ଫିଚରରେ ନିର୍ଦ୍ଦିଷ୍ଟ ସ୍ପିକରଙ୍କୁ ପିନ୍ କରିବାର କ୍ଷମତା ଏବଂ ଲାଇଭ୍ ମିଟିଂରେ ଜଏନ୍ ଏବଂ ପ୍ରସ୍ଥାନ କରିବା ପାଇଁ ଇମପ୍ରୁଭ୍‌ଡ ନୋଟିଫିକେସନ୍ ସୁବିଧା ରହିଛି ।’ କହିରଖୁଛୁ ଏଲନ୍ ମସ୍କ ଅଧିକାରିକ ଭାବେ ‘ଏକ୍ସ’ରେ ଏହି ନୂତନ ଫିଚରକୁ ନେଇ କୌଣସି କନଫର୍ମେସନ୍ ବା ଡିଟେଲ୍ସ ଶେୟାର କରିନାହାଁନ୍ତି ।

Get real time updates directly on you device, subscribe now.