fbpx

୧ ସେପ୍ଟେମ୍ବରରୁ ବଦଳିଯିବ Google, ଆଧାର, UPI ଏବଂ ମୋବାଇଲର ଏହି ନିୟମ: ନଜାଣିଥିଲେ ହୋଇଯିବେ ହଇରାଣ

ନୂଆଦିଲ୍ଲୀ: ୧ ସେପ୍ଟେମ୍ବର ୨୦୨୪ ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଗୁଗୁଲ, ଆଧାର, ୟୁପିଆଇ ଏବଂ ମୋବାଇଲ୍ ସେବା ଉପରେ ପ୍ରଭାବ ପକାଇବ । ଏହି ପରିବର୍ତ୍ତନଗୁଡିକର ଉଦ୍ଦେଶ୍ୟ ହେଉଛି ଆପଣଙ୍କର ଡିଜିଟାଲ୍ ଏବଂ ଆର୍ଥିକ କାରବାରକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା ।

ଗୁଗଲ୍ ପ୍ଲେ ଷ୍ଟୋରରୁ ନିମ୍ନ ମାନର ଆପ୍ ହଟାଯିବ, ଆଧାର କାର୍ଡ ଅପଡେଟ୍ ସମୟସୀମା ବୃଦ୍ଧି କରାଯାଇଛି ଏବଂ ୟୁପିଆଇ ତଥା ରୁପେ କାର୍ଡ ସହ ଜଡିତ ନୂଆ ନିୟମ କାର୍ଯ୍ୟକାରୀ ହେବ ।

ଏହି ନୂଆ ନିୟମଗୁଡିକ ଆପଣଙ୍କର ଗୋପନୀୟତା, ସୁରକ୍ଷା ଏବଂ ଆର୍ôଥକ କାରବାର ଉପରେ ପ୍ରଭାବ ପକାଇବ । ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ପାଇଁ କ’ଣ ଏବଂ ଆପଣ କିପରି ସେଗୁଡ଼ିକ ସହିତ ଜଡିତ ସେବାଗୁଡିକର ଉତ୍ତମ ବ୍ୟବହାର କରିପାରିବେ, ଆସନ୍ତୁ ଜାଣିବା…

ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପ୍ ହଟିବ

ଗୁଗୁଲର ନୂଆ ପଲିସି :-

ସେପ୍ଟେମ୍ବର ୧ ରୁ ଗୁଗୁଲ ଏହାର ପ୍ଲେ ଷ୍ଟୋର ନୀତି ପରିବର୍ତ୍ତନ କରିବ । ଏହା ଅଧୀନରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଅନେକ ନିମ୍ନ ମାନର ଆପ୍ ହଟାଯିବ । ଗୁଗୁଲ୍ କହିଛି ଯେ ଏହି ଆପଗୁଡିକ ଏକ ମାଲୱେର୍ ଉତ୍ସ ହୋଇପାରେ ଏବଂ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ବିପଦ ଆଣିପାରେ । ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଗୋପନୀୟତାକୁ ଉନ୍ନତ କରିବାକୁ ଏହି ପଦକ୍ଷେପ ଲକ୍ଷ୍ୟ ରଖିଛି ।

ଆଧାର କାର୍ଡ ଅପଡେଟ୍ ସମୟସୀମା ବୃଦ୍ଧି କରାଯାଇଛି :-

ୟୁଆଇଡିଏଆଇର ନୂଆ ଅପଡେଟ

ୟୁଆଇଡିଏଆଇ ଆଧାର କାର୍ଡ ଅପଡେଟ୍ ପାଇଁ ୧୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛି । ଏହାପୂର୍ବରୁ ଏହି ସମୟସୀମା ୧୪ ଜୁନ୍ ୨୦୨୪ ଥିଲା । ଯଦି ଆପଣଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା, ତେବେ ଆପଣ ଏହାକୁ ଅନଲାଇନରେ ମାଗଣାରେ ଅପଡେଟ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ‘ମାଇଁ ଆଧାର’ ପୋର୍ଟାଲକୁ ଯିବାକୁ ପଡିବ । ଆଧାର ଅପଡେଟ୍ ର ସୁବିଧା କେବଳ ଅନଲାଇନରେ ଉପଲବ୍ଧ । ଆଧାର କେନ୍ଦ୍ର ଯାଇ ଅପଡେଟ କଲେ ସର୍ଭିସ୍ ଚାର୍ଜ ଦେବାକୁ ପଡିବ ।

ୟୁପିଆଇ ଓ ରୁପେ କାର୍ଡ ସହିତ ଜଡିତ ନୂଆ ନିୟମ :-

ଏନପିସିଆଇ (ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ) ର ନୂଆ ନିୟମ ଅନୁଯାୟୀ, ୧ ସେପ୍ଟେମ୍ବର ୨୦୨୪ ରୁ ରୁପେ କ୍ରେଡିଟ୍ କାର୍ଡ ଏବଂ ୟୁପିଆଇ କାରବାର ଶୁଳ୍କ ଆପଣଙ୍କ ରୁପେ ରିୱାର୍ଡ ପଏଣ୍ଟରୁ କଟାଯିବ ନାହିଁ । ଏହି ନିୟମ କାର୍ଯ୍ୟକାରୀ ପାଇଁ ସମସ୍ତ ବ୍ୟାଙ୍କକୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.