fbpx

(Video):ଏୟାରଲିଫ୍ଟ ସମୟରେ ଖସିଲା ଖରାପ ହେଲିକପ୍ଟର…ହେଲା ଚୁରମାର, SDRFର ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ଶନିବାର ସକାଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ହେଲିକପ୍ଟରଟି ତଳେ ପଡ଼ି ଚୁରମାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନି ।

ସୂଚନାରୁ ପ୍ରକାଶ କେଦାରନାଥ ଧାମ ସ୍ଥିତ କ୍ରିଷ୍ଟାଲ କମ୍ପାନୀର ଏକ ହେଲିକପ୍ଟର ଖରାପ ହୋଇଯାଇଥିଲା । MI-17 ଚପରକୁ ଖରାପ ହେଲିକପ୍ଟରକୁ ମରାମତି ପାଇଁ ଏୟାରଲିଫ୍ଟ କରିବା ପାଇଁ ନିୟୋଜିତ କରାଯାଇଥିଲା । ଏୟାରଲିଫ୍ଟ କରିବା ସମୟରେ କେଦାରନାଥରୁ ଡେରାଡୁନ୍ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଖରାପ ହେଲିକପ୍ଟରଟି ତଳକୁ ଖସି ପଡ଼ିଥିଲା । ଅଧିକାରୀଙ୍କ କହିବାନୁଯାୟୀ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଥିଲା । ଖବର ପାଇ SDRF ଜବାନ ପହଂଚି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭଗ୍ନାବଶେଷ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

 

Get real time updates directly on you device, subscribe now.