fbpx

Good Bye ‘X’… ଟ୍ୱିଟର ଚଲାଇଲେ ୟୁଜର ଦେବେ ୭ ଲକ୍ଷ ଟଙ୍କାର ଜରିମାନା: ପ୍ଲାଟଫର୍ମ ଉପରେ ବ୍ୟାନ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବା ଟ୍ୱିଟର ଖୁବ ଲୋକପ୍ରିୟ ପ୍ଲାଟଫର୍ମ ପାଲଟିଛି । ଖୁବ କମ୍ ସମୟରେ ବିଭିନ୍ନ ଘଟଣା ଅଘଟଣ ଇତ୍ୟାଦି ଖବର ସାରା ବିଶ୍ୱରେ ସେୟାର କରିହେଉଛି । ସେଥିପାଇଁ ଏହାର ୟୁଜରଙ୍କ ସଂଖ୍ୟା ମଧ୍ୟ ଖୁବ ଅଧିକ । କିନ୍ତୁ ବର୍ତ୍ତମାନ ଏହି ପ୍ଲାଟଫର୍ମ ବ୍ୟବହାର କଲେ ୟୁଜରଙ୍କୁ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । କାରଣ ଏକ୍ସ ଉପରେ ବ୍ୟାନ୍ ଆଦେଶ ଜାରି କରିଛନ୍ତି ବ୍ରାଜିଲ ସରକାର । ଦେଶରେ କୌଣସି ବ୍ୟକ୍ତି ଏକ୍ସ ବ୍ୟବହାର କଲେ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାର ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନା ଅନୁସାରେ, ବ୍ରାଜିଲରେ ଏକ୍ସ(ଟ୍ୱିଟର) ଉପରେ ବ୍ୟାନ୍ ଆଦେଶ ଜାରି ହୋଇଛି । ମିଥ୍ୟା ଗୁଜବ ଏବଂ ଫେକ୍ ନ୍ୟୁଜ୍ ଭାଇରାଲ କରୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବ୍ରାଜିଲ ସରକାର । ଏହାପରଠାରୁ ପ୍ଲାଟଫର୍ମରେ ‘Good Bye X…’ ମେସେଜର ସୁଅ ଛୁଟିଛି । ଏହି ନିଷ୍ପତ୍ତି ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ଅଦାଲତ । ତେଣୁ ବ୍ରାଜିଲର ସୁପ୍ରିମ ଫେଡେରାଲ କୋର୍ଟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଭିପିଏନ ଜରିଆରେ ଏକ୍ସ ପ୍ଲାଟଫର୍ମ ବ୍ୟବହାର କରନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ପୃକ୍ତ ୟୁଜରଙ୍କୁ ମୋଟ ଅଙ୍କର ଜରିମାନା ଲାଗୁ କରିବା ପାିଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଭିପିଏନ ଜରିଆରେ ଏକ୍ସ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ୫୦,୦୦୦ Reais ଜରିମାନା ଆକାରରେ ଦେବାକୁ ପଡ଼ିବ । ଏହି ୫୦,୦୦୦ Reaisର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୭.୪୭ ଲକ୍ଷ ଟଙ୍କା ହେବ । ଏଲନ୍ ମସ୍କଙ୍କ ଏକ୍ସକୁ ନେଇ ବ୍ରାଜିଲ ସୁପ୍ରିମ କୋର୍ଟ ଜଷ୍ଟିସ ଆଲେକଜାଣ୍ଡର ଡି ମୋରିୟସଙ୍କ ସହ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି ।

ରିପୋର୍ଟ ଅନୁସାରେ, ବ୍ରାଜିଲର ସୁପ୍ରିମ କୋର୍ଟ ଜଷ୍ଟିସ ଆଲେକଜାଣ୍ଡର ଡି ମୋରିୟସ ଏଲନ୍ ମସ୍କଙ୍କ କମ୍ପାନୀ ଏକ୍ସକୁ ଏକ ବଡ଼ ନିର୍ଦ୍ଦେଶ ଦେଇଥିଲେ । ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନଗତ ଅଫିସରଙ୍କୁ ନିୟୋଜିତ କରିବା ପାଇଁ କୋର୍ଟ ଆଦେଶ ଦେଇଥିଲେ, କିନ୍ତୁ ଏଲନ ମସ୍କ ତାହା କରିନାହାନ୍ତି । ତେବେ ଏହି ଆଦେଶ ପରେ ଆଇନଗତ ଅଫିସରଙ୍କୁ ଜେଲ ପଠାଇବା ପାଇଁ ଧମକ ମିଳୁଥିବା ନେଇ ଏକ୍ସ ପ୍ରକାଶ କରିଛି । ତେବେ କୋର୍ଟ ନିଷ୍ପତ୍ତି ଅବମାନନା କରିବାରୁ ସାରା ଦେଶରେ ଏକ୍ସ ପ୍ଲାଟଫର୍ମକୁ ବ୍ୟାନ୍ ଲଗାଇଛନ୍ତି ବ୍ରାଜିଲର ସୁପ୍ରିମ କୋର୍ଟ । ଏହାବ୍ୟତୀତ ୧୮ ମିଲିୟନ୍ Reais ଜରିମାନା ମଧ୍ୟ ଲାଗୁ କରାଯାଇଛି ।

Get real time updates directly on you device, subscribe now.