fbpx

ରାଜ୍ୟରେ କାଲିଠାରୁ ଆରମ୍ଭ ହେବ ବିଜେପିର ନୂଆ ସଦସ୍ୟ ସାମିଲ ଅଭିଯାନ, ଜାଣନ୍ତୁ ଦଳରେ କେତେ ଅଛନ୍ତି ସଦସ୍ୟ ?

ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲିଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଏଥିସହ ଦଳୀୟ ସଦସ୍ୟଙ୍କର ମଧ୍ୟ ପୁନଃନବୀକରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କର ଆଜି ସଦସ୍ୟତା ନବୀକରଣ କାର୍ଯ୍ୟ ଅନୁଷ୍ଠିତ ହେବ । ଦଳର ରାଜ୍ୟସଭାପତି, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ଅନ୍ୟାନ୍ୟ ଦଳୀୟ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କର ସଦସ୍ୟତା ନବୀକରଣ ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ଦଳର ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଘରକୁ ଘର ଯାଇ ସମାଜର ସବୁସ୍ତରର ଲୋକଙ୍କୁ ସଦସ୍ୟତା ପାଇଁ ପଦକ୍ଷେପ ନିଆଯିବ । ଓଡ଼ିଶାରେ ଦଳର ପ୍ରାୟ ୪୨ ଲକ୍ଷ ସଦସ୍ୟ ରହିଛନ୍ତି ବୋଲି ସେ କହିଛନ୍ତି । ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ୨୫ ତାରିଖ ପର୍ଯ୍ୟନ୍ତ ଏବଂ ଅକ୍ଟୋବର ୨ରୁ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.