fbpx

ଥାନା ଗାଡ଼ିକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ, ୪ ଗୁରୁତର

ଉଦଳା: ଉଦଳା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ଥାନା ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଗାଡ଼ି ତଳେ ଚାପି ହୋଇ ହୋମଗାର୍ଡ଼ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀଧର ମହାନ୍ତ । ଥାନା ଆଇଆଇସିଙ୍କ ସମେତ ୪ ଜଣ ଗୁରୁତର ଥିବା ଜଣାପଡ଼ିଛି । ଥାନା ଆଇଆଇସି ଓ ଡ୍ରାଇଭରଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାରେ ଥାନାର ଦୁଇ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

Get real time updates directly on you device, subscribe now.