fbpx

OSSC ତରଫରୁ ଜରୁରୀ ସୂଚନା: ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ଥିବା ପ୍ରାର୍ଥୀମାନେ ସିଧାସଳଖ JFTA ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ (ଜେଏଫଟିଏ) ପଦକୁ ନେଇ ଆସିଛି ଏକ ବଡ଼ ଖବର । ସିଏଚଏସଏଲ (ଯୁକ୍ତଦୁଇ) ନିଯୁକ୍ତି ପରୀକ୍ଷା ୨୦୨୪ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଆସନ୍ତା ୧୩ ତାରିଖରେ ଏହି ପଦ ପାଇଁ ମୁଖ୍ୟ ପରୀକ୍ଷା ହେବାକୁ ଥିବା ବେଳେ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୩୯ ଜଣ ପ୍ରାର୍ଥୀ ସିଧାସଳଖ ମୁଖ୍ୟ ପରୀକ୍ଷା ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ।

ତେବେ ଏହା ମଧ୍ୟରେ ଜେଏଫଟିଏ ପଦକୁ ନେଇ ଓଏସଏସସି ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ହାସଲ କରିଥିବେ ସେମାନେ ଏହି ପଦ ପାଇଁ ସିଧାସଳଖ ମୁଖ୍ୟ ପରୀକ୍ଷା ନିମନ୍ତେ ଯୋଗ୍ୟତା ଅର୍ଜନ କରିବେ । ଏହି ପଦ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କର ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ଥାଇ ସେମାନେ ଲେଫ୍ଟ ଆଉଟ୍ ହୋଇଯାଇଥିବା ଜଣାପଡ଼ିଛି । ତେଣୁ ଏହି ପ୍ରାଥୀମାନେ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ନିଜର ପ୍ରମାଣପତ୍ର ସହ ଇ-ମେଲ୍ କରିବାକୁ କୁହାଯାଇଛି । ସେହି ଅନୁସାରେ ପ୍ରାର୍ଥୀଙ୍କର ଆଡମିଟ୍ କାର୍ଡ ଜାରି କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.