fbpx

ଦନ୍ତେୱାଡ଼ା- ବୀଜାପୁର ସୀମାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ଏନକାଉଣ୍ଟରରେ ୯ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ର ଦନ୍ତେୱାଡ଼ା ସୀମାରେ ବଡ଼ ଏନକାଉଣ୍ଟର । ଦନ୍ତେୱାଡ଼ା- ବୀଜାପୁର ସୀମାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ୯ ଜଣ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତ ନକ୍ସଲଙ୍କ ନିକଟରୁ ଏସଏଲଆର, ୩୦୩ ରାଇଫେଲ ଓ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ପୋଲିସ ସୂତ୍ରରୁ ପ୍ରକାଶ ପଶ୍ଚିମ ବସ୍ତର ଡିଭିଜନରେ ମାଓବାଦୀଙ୍କ ଉପସ୍ଥିିତି ଥିବା ସୂଚନା ପାଇ ଡିଆରଜି ଏବଂ ସିଆରପିଏଫ୍ ଜବାନଙ୍କ ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନରେ ବାହାରିଥିଲା । ଆଜି ସର୍ଚ୍ଚ ଅପରେସନ ସମୟରେ ସକାଳ ସାଢ଼େ ୧୦ଟାରେ ନକ୍ସଲଙ୍କ PLGA କମ୍ପାନୀ ନମ୍ବର-୨ ସହ ଜବାନଙ୍କ ମୁହାଁମୁହିଁ ହୋଇଥିଲା । ଦୁଇ ପକ୍ଷଙ୍କ ମଧ୍ୟରେ ଅନେକ ସମୟରୁ ଗୁଳିବିନିମୟ ଜାରି ରହିଥିଲା । କହିରଖୁଛୁ ଏହା ପୂର୍ବରୁ ୨୯ ଅଗଷ୍ଟରେ ‘ଏଣ୍ଟି ନକ୍ସଲ’ ଅପରେସନ୍ ଅନ୍ତର୍ଗତ ନାୟାରଣପୁର କାଙ୍କେର ସୀମାରେ ନକ୍ସଲ ଏବଂ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେତେବେଳେ ପୋଲିସ ୩ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲା ।

Get real time updates directly on you device, subscribe now.