fbpx

ପୁରୀ ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ଅନୁଷ୍ଠିତ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ଅନୁଷ୍ଠିତ ହେଉଛି । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ଭାବେ ପାଳନ କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି ହୋଇଛି । ଏହି ଭୋଗକୁ ମା’ ଦକ୍ଷିଣକାଳୀ ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଅବକାଶ ନୀତି ପରେ ଠାକୁରଙ୍କୁ ସ୍ୱତନ୍ତ୍ର ବେଶ କରାଯାଇ ସପ୍ତପୁରୀ ଅମାବାସ୍ୟା ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସନ୍ଧ୍ୟାଧୂପ ପରେ ଶ୍ରୀଜୀଉଙ୍କର ବସ୍ତ୍ରହରଣ ପ୍ରସ୍ତାବ ସହ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ ।

ତେବେ ମାଟିରେ ନିର୍ମିତ ସାତପୁରୀ ତାଡ଼ରେ ସାତପୁରୀ ପିଠା ପ୍ରସ୍ତୁତ ହୁଏ। କୁମ୍ଭାର ବିଶୋଇ ସେବକମାନେ ଏହାକୁ ତିଆରି କରିଥା’ନ୍ତି। ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦରକୁ ଆସିଥାଏ। ତିନୋଟିରେ ପିଠା ତିଆରି ହୁଏ। ମାଟିରେ ନିର୍ମିତ ହୋଇଥିବାରୁ କାଳେ ଭାଙ୍ଗିଯିବ ସେଥିପାଇଁ ଗୋଟିଏ ତାଡ଼ ଅଧିକ ଆସିଥାଏ।

Get real time updates directly on you device, subscribe now.