fbpx

ପାରାଲିମ୍ପିକ୍ସ ୨୦୨୪: ଷଷ୍ଠ ଦିନରେ ଚମକିଲେ ଭାରତୀୟ…ହାଇଜମ୍ପ୍‌, ଜାଭେଲିନ୍ ଥ୍ରୋ, ଏବଂ ୪୦୦ ମିଟର ଦୌଡ଼ରେ ଭାରତକୁ ମିଳିଲା ୫ଟି ପଦକ

ପ୍ୟାରିସ୍‌: ଚଳିତ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ମିଳିଛି ୫ଟି ପଦକ । ଏହି ପାଞ୍ଚଟି ପଦକ ମଧ୍ୟରେ ୨ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ସାମିଲ ରହିଛି । ଏହା ସହ ଭାରତର ମୋଟ୍ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ପାରାଲିମ୍ପିକ୍ସ ଇତିହାସରେ ମୋଟ୍ ୨୦ଟି ପଦକ ପାଇବାରେ ଭାରତ ସର୍ବକାଳୀନ ରେକର୍ଡ଼ କରିଛି । ଏହା ପୂର୍ବରୁ ଭାରତ ଟୋକିଓ ଅଲିମ୍ପିକ୍ସରେ ସର୍ବାଧିକ ୧୯ଟି ପଦକ ଜିତିଥିଲା । ବର୍ତ୍ତମାନ ଭାରତ ୨୫ଟି ପଦକ ଜିତିବା ଲକ୍ଷ୍ୟ ରଖିଛି ।

ପୁରୁଷ ଉଚ୍ଚ ଡିଆଁ(T63)ରେ ଶରଦ କୁମାର ଏବଂ ଜାଭେଲିନ ଥ୍ରୋ(F46)ରେ ଅଜିତ ସିଂହଙ୍କୁ ରୌପ୍ୟ ପଦକ ମିଳିଛି । ସେହିପରି ୪୦୦ ମିଟର ଦୌଡ଼(T20)ରେ ଦୀପ୍ତି ଜୀବନଜୀ, ଜାଭେଲିନରେ ସୁନ୍ଦର ସିଂହ ଏବଂ ଉଚ୍ଚ ଡିଆଁରେ ମରିୟପ୍ପନ ଥଙ୍ଗାଭେଲୁ କାଂସ୍ୟ ପଦକ ଜିତିଛନ୍ତି । ବର୍ତ୍ତମାନ ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ, ୧୦ଟି କାଂସ୍ୟ ସହ ଭାରତର ମୋଟ୍ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.