fbpx

ଏୟାର ଇଣ୍ଡିଆର ନୂଆ ସୁବିଧା, ମୋବାଇଲ ଦ୍ବାରା ଚେକଇନ୍ ବ୍ୟାଗ୍ ଟ୍ରାକ୍ କରିପାରିବେ ଯାତ୍ରୀ

good news for air india passenger can now now track checked in bags by scanning baggage

ନୂଆଦିଲ୍ଲୀ:  ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ।  ଏଣିକି ବିମାନରେ ଯାତ୍ରା କରିବା ସମୟରେ ସମସ୍ୟାର ସମ୍ମୁଖୀନ ହେବେନି ଯାତ୍ରୀ । ପୂଜାରେ ଖୁସି ଖବର ଦେଲା ଏୟାର ଇଣ୍ଡିଆ ।  ବର୍ତ୍ତମାନ ମୋବାଇଲରେ ଜିନିଷର ସ୍ଥିତି ଜାଣିପାରିବେ ଯାତ୍ରୀ । ଏୟାରଲାଇନ୍ସ ମୋବାଇଲ ଆପରେ ଏଆଇ ଫିଚର ଆଣିଛି । ଏହା ଦ୍ବାରା ଯାତ୍ରୀମାନେ ନିଜ ଜିନିଷର ଟ୍ୟାଗକୁ ସ୍କାନ କରି ସ୍ଥିତି ଜାଣିପାରିବେ । ତେବେ ଯାତ୍ରୀମାନେ ନିଜ ଜିନିଷର ସ୍ଥିତି ଜାଣିବାରେ ଅସୁବିଧା ନେଇ ଅଭିଯୋଗ କରିବା ପରେ ଏୟାରଲାଇନ୍ସ ପକ୍ଷରୁ ଏହି ଫିଚର ରୋଲଆଉଟ୍ କରାଯାଇଛି । ଏହି ଫିଚରର ନାମ ଏଇଓ୍ବାଇ ଭିଜନ(AEYE Vision) ରଖାଯାଇଛି । ଏହା ଯାତ୍ରୀମାନଙ୍କୁ ସଠିକ ସମୟରେ ଲଗେଜ ବା ଜିନିଷର ଅପଡେଟ୍ ପ୍ରଦାନ କରିବ ।

ଏୟାର ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ପ୍ରେସନୋଟରେ କୁହାଯାଇଛି ଯେ, “AEYE Vision ଯାତ୍ରୀଙ୍କୁ ଟିକେଟ୍, ବୋଡିଂ ପାସ୍ କିମ୍ବା ଜିନିଷର ଟ୍ୟାଗରେ ରହିଥିବା କୋଡକୁ ସ୍କାନ କରି ଫ୍ଲାଇଟର ,ସୂଚନା, ବୋର୍ଡିଂ ପାସ୍, ବ୍ୟାଗର ସ୍ଥିତି ବିଷୟରେ ଜାଣିହେବ । ଏହା ଏଆଇ ବେସ୍ କମ୍ପ୍ୟୁଟର ଭିଜନ ଟେକ୍ନୋଲୋଜି ଦ୍ବାରା ସଞ୍ଚାଳିତ । କେବଳ ବ୍ୟାଗରେ ଲାଗିଥିବା ଟ୍ୟାଗକୁ ସ୍କାନ କରି ସବୁ ପ୍ରକାର ତଥ୍ୟ ଜାଣିହେବ ।  ଯାତ୍ରୀମାନଙ୍କ ବ୍ୟାଗ୍ ଲୋଡ୍ ଏବଂ ଅନଲୋଡ୍ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ । ଏହାସହିତ ବ୍ୟାଗେଜ୍ ପିକଅପ ବିଷୟରେ ମଧ୍ୟ ଜାଣିହେବ ।”

Get real time updates directly on you device, subscribe now.