CHARIDHAM

ଆସିଗଲା ସେନ୍ସରର ଇଲେକ୍ଟ୍ରିକ ସ୍କୁଟି, ଆକ୍ସିଡେଣ୍ଟ ପୂର୍ବରୁ କରିବ ଆଲର୍ଟ

ନୂଆଦିଲ୍ଲୀ: ଟୁ-ହ୍ୱିଲର ବା ଫୋର-ହ୍ୱିଲର ଚଳାଇବା ସମୟରେ ସତର୍କତା ରକିବା ଆବଶ୍ୟକ। ଏହା ସତ୍ତ୍ୱେ ଖରାପ ରାସ୍ତା ଏବଂ କୌଣସି କାରଣରେ ମଧ୍ୟ ଦୁର୍ଘଟଣା ହୋଇପାରେ। ଏହି ଦୁର୍ଘଟଣାର ସଂଖ୍ୟାକୁ କମ କରିବା ପାଇଁ ଅଟୋମେକର୍ସ ଲଗାତାର କିଛି ନା କିଛି ନୂଆ ଜିନିଷ ସେଫ୍ଟି ଫିଚର୍ସ ଭାବେ ନିଜ ଗାଡିରେ ଅନ୍ତର୍ଭୁକ୍ତ କରୁଛନ୍ତି, ଯେଉଁଥିରେ ଲୋକଙ୍କୁ ଅତିରିକ୍ତ ସୁରକ୍ଷାର ଗ୍ୟାରେଣ୍ଟି ମିଳିପାରିବ।

ଏଥର ଏନର୍ଜୀ ନିଜ ସ୍କୁଟରରେ ଏକ ଏଭଳି ସେଫ୍ଟି ଫିଚରକୁ ସାମିଲ କରିଛି, ଯେଉଁଥିରେ ପଡିଯିବା ଆଗରୁ ଗାଡିକୁ ବଞ୍ଚାଯାଇପାରିବ। ଏଥିପାଇଁ ଇଲେକ୍ଟ୍ରିକ ସ୍କୁଟର ନିର୍ମାତା କମ୍ପାନୀ ଗାଡିରେ ARAS ଲଗାଇଛି। ସ୍କୁଟରରେ ଏହି ନୂଆ ସିଷ୍ଟମ ରାଇଡରର ସୁରକ୍ଷାକୁ ବଢାଇବା ପାଇଁ ରହିଛି।

ଏଥରର କହିବାନୁଯାୟୀ, ARASରେ ସ୍କିଡ କଣ୍ଟ୍ରୋଲ ଏବଂ ଫଲ ସେଫ ଫିଚର୍ସକୁ ସାମିଲ କରାଯାଇଛି। ଏହାର ସ୍କିଡ କଣ୍ଟ୍ରୋଲ ଫିଚରର କଥା କହିଲେ, ଏଥିରେ ଟ୍ରାକ୍ସନ କଣ୍ଟ୍ରୋଲ ଲଗାଯାଇଛି, ଯାହାକି ମୋଟରରେ ଲାଗିଥିବା ଟର୍କକୁ କଣ୍ଟ୍ରୋଲ କରିଥାଏ। ଏହି ଫିଚର ସେତେବେଳେ ନିଜକୁ ଟ୍ରାକ କରି ସ୍କୁଟରର ସ୍ପିଡକୁ କମ କରିବ, ଯେତେବେଳେ ଲାଗିବ ଯେ, ଚକା ଟ୍ରାକେଶନ ହଜାଇଦେଇଛି। ଚକାର ସଡକ ସହ ସନ୍ତୁଳନ ଖରାପ ହେବାରେ ସ୍କୁଟରର ସ୍ପିଡ ଆପେ ଆପେ କମ ହୋଇଯିବ।

ଏହି ଫିଚର ସେହି ସ୍ଥାନରେ ଲୋକଙ୍କର ସାହାଯ୍ୟ କରେ, ଯେଉଁଠାରେ ଅଧିକ ସ୍ଲିପ କରିବା ସ୍ଥାନ ରହିଛି, ଯେପରିକି ଆବଡା ଖାବଡା ରସ୍ତା ବା ପାଣି ଭରିଥିବା ରାସ୍ତା। କମ୍ପାନୀ କହିଛି ଯେ, ଚଳିତ ବର୍ଷ ଆରମ୍ଭରେ ହିଁ ସ୍କୁଟରରେ ଏହି ନୂଆ ସେଫ୍ଟି ଫିଚରର ଟେଷ୍ଟିଙ୍ଗ କରାଯାଉଛି।