fbpx

(Video) ‘ରୁଟିରେ ଛେପ କାହିଁକି ପକାଇଲ..’, ଭିଡିଓ ଭାଇରାଲରେ ମିଳିଲା ଦଣ୍ଡ

ନୂଆଦିଲ୍ଲୀ: ମୋ ରୁଟିରେ କାହିଁକି ଛେପ ପକାଇଲ? ଏହା ସେହି ପ୍ରଶ୍ନ ଯାହା ଗ୍ରେଟର ନୋଏଡାର ଏକ ହୋଟେଲରେ ଖାଉଥିବା ଲୋକେ ପଚାରିଛନ୍ତି। ରୋଟି ତିଆରି କରୁଥିବା ସମୟର ଭିଡିଓ ଭାଇରାଲ ହେବାପରେ ଉତ୍ତେଜନା ଦେଖାଦେଇଛନ୍ତି। ବର୍ତ୍ତମାନ ଏହି ଅଭିଯୁକ୍ତଙ୍କୁ ହେପାଜତରେ ନିଆଯାଇଛି। ୟୁପିରେ ପୁଣିଥରେ ରୋଟି କରୁଥିବା ବେଳେ ଛେପ ପକାଇବା ଭିଡିଓ ଭାଇରାଲ ହେଉଛି।

ଗ୍ରେଟର ନୋଏଡାର ଜଣେ ବ୍ୟକ୍ତି ଫେମସ ହୋଇଯାଇଛି, ଖାଦ୍ୟ ଖାଇବା କାରଣରୁ ନୁହେଁ ବରଂ ଏହି ଭିଡିଓ କାରଣରୁ। ରୋଟି ତିଆରି କରୁଥିବା ସମୟରେ ସେହି ବ୍ୟକ୍ତି ଜଣକ ନିଆଁ ଚୁଲିରେ ରୁଟିକୁ ପକାଇବା ପୂର୍ବରୁ ସେଥିରେ ଛେପ ପକାଉଛନ୍ତି। ବର୍ତ୍ତମାନ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଯେପରି ଏହି ଭିଡିଓ ଭାଇରାଲ ହୋଇଛି। ଅଭିଯୁକ୍ତ ବ୍ୟକ୍ତିଙ୍କୁ ହେପାଜତରେ ନେଇଛି। ଏହା ପୂର୍ବରୁ ଗାଜିଆବାଦ ଏବଂ ମୀରଟରେ ଛେପ ପକାଇ ରୋଟି ତିଆରି କରୁଥିବାର ଭିଡିଓ ଭାଇରାଲ ହୋଇସାରିଛି। ତେବେ ବର୍ତ୍ତମାନ ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

Get real time updates directly on you device, subscribe now.