fbpx

ଏଲୋଭେରା ଜେଲରେ ମିଶାଇ ଲଗାନ୍ତୁ ଏହି ଜିନିଷ, ଦୂରେଇ ଯିବ ଡାର୍କ ସର୍କଲ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଅନିୟମିତ ଜୀବନଶୈଳୀ ଏବଂ ଷ୍ଟ୍ରେସ୍ ଯୋଗୁଁ ଚେହେରା ଝାଉଁଳିଯିବା ସାଧାରଣ କଥା । ବିଶେଷ କରି କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଅଧିକ ସମୟ ସ୍କ୍ରିନ୍ ସାମ୍ନାରେ ବସିବା ଏବଂ ଅନିଦ୍ରତା କାରଣରୁ ଆଖି ତଳେ କଳା ଦାଗ ବା ଡାର୍କ ସକଲ୍ସ ଦେଖାଯାଇଥାଏ । ଏହା ସେମାନଙ୍କୁ ସୁନ୍ଦରତାରେ ବାଧା ସୃଷ୍ଟି କରିଥାଏ । ଏଥିପାଇଁ ସେମାନେ ଅନେକ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରିଥାନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏଥିରେ କେମିକାଲ ଥିବାରୁ କେତେ ଜଣଙ୍କୁ ଆଲର୍ଜୀ ହୋଇଥାଏ । ଏଣ୍ଟିଅକ୍ସଡାଣ୍ଟ ଏବଂ ଏଣ୍ଟିବ୍ୟାକ୍ଟେରିଆଲ ଭଳି ଔଷଧୀୟ ଗୁଣରେ ଭରପୁର ଏଲୋଭେରା । ଏହା ତ୍ୱଚା ଜନିତ ଅନେକ ସମସ୍ୟା ଯେପରି ବ୍ରଣ, କଳା ଦାଗ, କୁଣ୍ଡିଆ ଇତ୍ୟାଦିରୁ ଉପସମ ଦେଇଥାଏ । ତେବେ ଏଲୋଭେରା ସହ ଏହି ସବୁ ଜିନିଷକୁ ମିଶାଇ ଲଗାଇବା ଦ୍ୱାରା ଡାର୍କ ସକର୍ଲ୍ସରୁ ମୁକ୍ତି ମିଳିଥାଏ ।

୧. ଏଲୋଭେରା ଏବଂ ଆଳୁ: ତାଜା ଏଲୋଭେରା ଜେଲ ସହ ଅଳ୍ପ ଆଳୁ ରସର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହା ବ୍ୟତୀତ ଏଲୋଭେରା ଜେଲ ଏବଂ ଆଳୁକୁ ଛୋଟ ଛୋଟ କାଟି ଗ୍ରାଇଂଣ୍ଡି କରପାରିବେ । ଏହି ପେଷ୍ଟକୁ ଡାର୍କ ସର୍କଲ୍ସରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ । ଏପରି ନୟମିତ କଲେ ଫରକ ଜାଣିପାରିବେ ।

୨. ଏଲୋଭେରା ଏବଂ ଭିଟାମିନ୍ ‘ଇ’ କ୍ୟାପସ୍ୟୁଲ: ନିୟମିତ ଏଲୋଭେରା ଏବଂ ଭିଟାମିନ୍ ‘ଇ’ କ୍ୟାପସ୍ୟୁଲ ମିଶ୍ରଣ ଡାର୍କ ସର୍କଲ୍ସରେ ଲଗାଇଲେ କିଛି ଦିନରେ ସମସ୍ୟାରୁ ମୁକ୍ତି ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ଏପରି କଲେ ବହୁତ ରିଲାକ୍ସ ମିଳିଥାଏ ।

୩. ଏଲୋଭେରା ଏବଂ ବାଦମ ତେଲ: ଏଲୋଭେରା ଏବଂ ବାଦାମ ତେଲର ମିଶ୍ରଣ ବି ଡାର୍କ ସର୍କଲ୍ସ ପାଇଁ ଉତ୍ତମ ଅଟେ । ଗୋଟିଏ ଚାମଚ ଏଲୋଭେରା ଜେଲରେ କିଛି ବୁନ୍ଦା ବାଦାମ ତେଲ ମିଶାଇ ରାତିରେ ଶୋଇବା ପୂର୍ବରୁ ଡାର୍କ ସର୍କଲ୍ସରେ ଲଗାନ୍ତୁ । କିଛି ସମୟ ପରେ ଧୋଇ ଦିଅନ୍ତୁ ।

୪. ଏଲୋଭେରା ଏବଂ ଲେମ୍ବୁ: ଗୋଟିଏ ପାତ୍ରରେ ୨ ଚାମଚ ଏଲୋଭେରା ଜେଲ ଓ କିଛି ଅଳ୍ପ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଡାର୍କ ସର୍କଲ୍ସରେ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ଧୋଇ ଦିଅନ୍ତୁ । କିଛି ଦିନ ଭିତରେ ଫରକ ଜାଣିପାରିବେ ।

୫. ଏଲୋଭେରା ଏବଂ ଗୋଲାପ ଜଳ: ଏଥିପାଇଁ ଗୋଟିଏ ଚାମଚ ଏଲୋଭେରା ଜେଲ(ତାଜା ଏଲୋଭେରା ଜେଲ ନେଲେ ଭଲ) ସହ ଗୋଟିଏ ଚାମଚ ଗୋଲାପ ଜଳର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ଆଖି ତଳେ ଥିବା ଡାର୍କ ସର୍କଲ୍ସ ଉପରେ ଲଗାନ୍ତୁ । ୧୫ରୁ ୨୦ ମିନିଟ ପରେ ପାଣିରେ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ଘରେ ଗୋଲାପ ଜଳ ପ୍ରସ୍ତୁତ କରିପାରିବେ ।

Get real time updates directly on you device, subscribe now.