fbpx

ଦୀପିକା ପାଦୁକୋନଙ୍କ ଘରକୁ ଆସିଲା ଲକ୍ଷ୍ମୀ, ଶିଶୁକନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ଘରକୁ ଆସିଲା ଲକ୍ଷ୍ମୀ। ଅଭିନେତ୍ରୀ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ଅବିଭାବକ ହୋଇସାରିଛନ୍ତି। ଏଥିରେ ଫ୍ୟାନ୍ସ ଏହି ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୀପିକା ପାଦୁକୋନ ୭ ସେପ୍ଟେମ୍ବରରେ ମୁମ୍ବାଇର ଏଚ,ଏନ.ରିଲାଏନ୍ସ ହସ୍ପିଟାଲରେ ଆଡମିଟ ହୋଇଥିଲେ। ସେତିକିବେଳୁ ଫ୍ୟାନ୍ସ ଚାହିଁ ବସିଥିଲେ ଏହି ଖୁସି ଖବର ଶୁଣିବାକୁ। ବର୍ତ୍ତମାନ ପିଙ୍କବିଲା ରିପୋର୍ଟ ମୁତାବକ ଦୀପିକା ଏବଂ ରଣବୀର କନ୍ୟା ଶିଶୁର ମାଆ-ବାପା ହୋଇଛନ୍ତି।

ପ୍ରଥମେ ଖବର ଆସିଥିଲା ଯେ, ଦୀପିକା ପାଦୁକୋନ ୨୮ ସେପ୍ଟେମ୍ବରରେ ନିଜର ପ୍ରଥମ ଶିଶୁକୁ ସ୍ୱାଗତ କରିବେ। ହେଲେ ନିର୍ଦ୍ଧାରିତ ହୋଇଥିବା ତାରିଖର ୨୦ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଆଡମିଟ ହୋଇଥିଲେ। ତେବେ ଏହି ଷ୍ଟାର ଦମ୍ପତ୍ତି ସିଦ୍ଧିବିନାୟକ ମନ୍ଦିର ଡେଲିଭରୀର ଦୁଇ ଦିନ ପୂର୍ବରୁ ଯାଇଥିଲେ। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Get real time updates directly on you device, subscribe now.