fbpx

ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥି ସାଜିବେ ଅଜିତ ଡୋଭାଲ!

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାନ୍ଧରେ ବିଶ୍ୱ ଶାନ୍ତିର ଗୁରୁ ଦାୟିତ୍ୱ । ଅଢେଇ ବର୍ଷ ହେଲା ବିଶ୍ୱ ଶାନ୍ତିକୁ କ୍ଷୁନ୍ନ କରୁଥିବା ଋଷ- ୟୁକ୍ରେନ ଯୁଦ୍ଧରେ ଯବନିକା ପକାଇବାକୁ ମୋଦିଙ୍କୁ ବିଶ୍ୱବ୍ୟାପୀ ଅନୁରୋଧ କରାଯାଉଛି । ତେଣୁ ନିକଟ ଅତୀତରେ ମୋଦି ଋଷ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କୁ କ୍ରମାଗତଭାବେ ଭେଟିବା ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଏବେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ମୋଦି ତାଙ୍କ ଜେମ୍ସ ବଣ୍ଡଙ୍କୁ ଦେଇଛନ୍ତି ପରାମର୍ଶ ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି କି, ସୂତ୍ର ମୁିତାବକ, ଏନଏସଏ ଡୋଭାଲ ଶାନ୍ତି ବାର୍ତ୍ତା ନେଇ ମସ୍କୋ ଯିବେ । ତେବେ ଏହି ଗସ୍ତକୁ ନେଇ କୌଣସି ତଥ୍ୟ ଦିଆଯାଇ ନାହିଁ । କିନ୍ତୁ ମୋଦି ଓ ପୁତିନଙ୍କ ମଧ୍ୟରେ ଋଷ- ୟୁକ୍ରେନ ଯୁଦ୍ଧକୁ ହୋଇ ହୋଇଥିବା ଟେଲିଫୋନ ଆଲୋଚନା ହୋଇଥିଲା । ଯୁଦ୍ଧର ସ୍ଥାୟୀ, ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା ଓ କୂଟନୈତିକ ରଣନୀତି ଉପରେ ଗୁରୁତ୍ୱ ଦେଇଥିଲେ ମୋଦି । ଏହି ଆଲୋଚନା ପରେ ମୋଦି ତାଙ୍କ ଏକ୍ସ ଆକାଉଣ୍ଟରେ କହିଥିଲେ କି, ଯୁଦ୍ଧର ଶୀଘ୍ର, ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ପ୍ରତିବଦ୍ଧ । ଏହା ପରେ ଡୋଭାଲ ପୁତିନଙ୍କୁ ଭେଟି ଯୁଦ୍ଧରେ ବ୍ରେକ ଲଗାଇବାକୁ ମସ୍କୋ ଯିବେ ବୋଲି ପରୋକ୍ଷ ସୂଚନା ମିଳୁଛି ।
ସୂଚନା ଯୋଗ୍ୟ, ଗତ ମାସରେ ମୋଦି ୟୁକ୍ରେନ୍ ଯାଇ ରାଷ୍ଟ୍ରପତି ବଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ । ଯୁଦ୍ଧ ପାଇଁ ଉଭୟ ନେତା ଆଲୋଚନା କରିଥିଲେ । ସେପଟେ ଋଷ ରାଷ୍ଟ୍ରପତି ପୁତିନ କହିଛନ୍ତି, ଆମେ ଆମ ବନ୍ଧୁ ଓ ସହଭାଗୀଙ୍କୁ ସମ୍ମାନ କରୁ । ଏଥିସହ ପୁତିନ କହିଥିଲେ କି, ଯୁଦ୍ଧ ବନ୍ଦ କରିବାକୁ ବିଶ୍ୱସନୀୟତା ସହ ଯିଦ୍ଧ ସଂଶ୍ଲିଷ୍ଟ ସବୁ ଦିଗ ଉପରେ ବିଶେଷତଃ ଭାରତ, ବ୍ରାଜିଲ ଓ ଚୀନକୁ କାର୍ଯ୍ୟ କରିବା ଆବଶ୍ୟକା

Get real time updates directly on you device, subscribe now.