fbpx

ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଇବେ ଅମିତାଭ ବଚନ

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ଦୃତଗତିରେ ବୃଦ୍ଧି ପାଇଛି । ଏହି ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ପକ୍ଷରୁ ଆଣ୍ଟି ସାଇବର କ୍ରାଇମ ଅଭିଯାନ ଆରମ୍ଭ ହୋଇଛି । ଆଉ ଏହି ଅଭିଯାନକୁ ଅଧିକ ଗତିଶୀଳ କରିବାକୁ ଏଥିରେ ସାମିଲ ହୋଇଛନ୍ତି ସୁପର ଷ୍ଟାର, ବିଗ ବି ଅମିତାଭ ବଚନ । ଭାରତରେ ସାଇବର ଠକେଇ ରୋକିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଚାଲୁଥିବା ଅଭିଯାନରେ ସାମିଲ ହୋଇଛନ୍ତି ବିଗ ବି ।

ବୁଧବାର ବିଗ ବି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି, ସେ ଭାରତୀୟ ସାଇବରକ୍ରାଇମ କୋଅର୍ଡିନେସନ ଆଣ୍ଡ ସେଣ୍ଟର୍ସ ଆଣ୍ଟି ସାଇବର କ୍ରାଇମ କ୍ୟାମ୍ପେନରେ ଯୋଗଦେଇଛନ୍ତି । ସେ ଏହି ଅଭିଯାନରେ ଯୋଗଦେଇ ନାଗରିକଙ୍କୁ ସତର୍କ ରହିବା ସହ ସେମାନଙ୍କ ଦୁର୍ବଳତାରୁ କେମିତି ମୁକୁଳିବେ ତା ଉପରେ ସଚେତନ କରାଇବେ । ଅଭିଯାନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁରୋଧକ୍ରମେ ଯୋଗଦେଇଥିବା କହିଛନ୍ତି ଅମିତାଭ ।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ସାହ ଏକ ପୋଷ୍ଟରେ ଅମିତାଭଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି କି, ମୋଦି ଜୀଙ୍କ ଭିଜନକୁ ଗ୍ରହଣ କରି ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଦେଶରେ ଏକ ସୁରକ୍ଷିତ ସାଇବର କ୍ଷେତ୍ର ସୃଷ୍ଟି କରିବାକୁ ଯାଉଛିି । ଏଥିପାଇଁ ଓ୪ଉି ଅନେକ ପଦକ୍ଷେପ ନେଇଛି । ଏହି ଅଭିଯାନରେ ଅମିତାଭ ବଚ୍ଚନ ଜୀ ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ । ସୁରକ୍ଷିତ ସାଇବର ଭାରତ ଗଠନ ଦିଗରେ ଅମିତାଭ ବଚ୍ଚନ ଜୀଙ୍କ ସମ୍ପୃକ୍ତି ଅଧିକ ଗତିଶୀଳ କରିବ ବୋଲି କହିଛନ୍ତି ସାହା ।

ସେହିପରେ କେନ୍ଦ୍ର ପକ୍ଷରୁ ଏକ ଭିନ୍ନ ପୋଷ୍ଟରେ କୁହାଯାଇଛି କି, ପିଏମ ମୋଦି ଓ ଗୃହ ମନ୍ତ୍ରୀ ଅମିତ ସାହାଙ୍କ ଭିଜନକୁ ସମର୍ଥନ କରି ଦେଶକୁ ସାଇବର କ୍ଷେତ୍ରରେ ସୁରକ୍ଷିତ କରିବାକୁ ଆଇକନିକ ଆକ୍ଟର ଅମିତାଭ ବଚନ ସାମିଲ ହୋଇଛନ୍ତି । ଏଥିରେ ଆପଣ ସାମିଲ ହୋଇ ନିଜକୁ ନିରାପଦ ରଖିବା ସହ ରାଷ୍ଟ୍ରଗଠନରେ ସହାୟକ ହୁଅନ୍ତୁ ବୋଲି କୁହାଯାଇଛି ।

Get real time updates directly on you device, subscribe now.