fbpx

ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭଞ୍ଜନଗର: ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମୋଟ୍ ୯ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ । ଏହି ଚଢ଼ାଉ ସମୟରେ 6ଟି ବହୁତଳ କୋଠା ସହ ୫ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ ଟିମ । ଏହି ଭିଜିଲାନ୍ସ ଚଢ଼ାଉ ଟିମରେ ୭ ଜଣ ଡିଏସପି ଓ ୫ ଜଣ ଏଏସ ଆଇ ଓ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ସୂଚନାରୁ ପ୍ରକାଶ ସହକାରୀ ଯନ୍ତ୍ରୀଙ୍କ ଜବତ ସମ୍ପତ୍ତି ମଧ୍ୟରେ ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଲୁଡୁଲୁଡି ସ୍ଥିତ ପୈତୃକ ବାସଭବନ, ରଘୁନାଥ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର ଓ ବ୍ରହ୍ମପୁରକୁ ମିଶାଇ ମୋଟ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା । ଚଢ଼ାଉବେଳେ ଶ୍ରୀ ସ୍ୱାଇଁଙ୍କର ବ୍ରହ୍ମପୁର ତୁଳସୀ ନଗରଠାରେ ୪ମହଲା କୋଠା ଘର ଠାବ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୨.୪ କୋଟି ଆକଳନ କରାଯାଇଛି । ସେହିପରି ଭଞ୍ଜନଗର ବାଗଦେବୀ ରୋଡରେ ୨.୩କୋଟି ଟଙ୍କା ମୂଲ୍ୟର ଆଉ ଏକ ୪ ମହଲା କୋଠାଘର ସହ ନିକଟରେ ଆଉ ଏକ ୩ ମହଲା କୋଠାଘର ଠାବ ହୋଇଛି । ଏତଦବ୍ୟତୀତ ଭଞ୍ଜନଗର ପୌରାଞ୍ଚଳରେ ନିର୍ମାଣାଧୀନ ଦୁଇମହଲା କୋଠାଘର ଥିବା ଜଣାପଡିଛି । ଏହା ବ୍ୟତୀତ ଶ୍ରୀ ସ୍ୱାଇଁଙ୍କ ଘରୁ ୨୦୦ ଗ୍ରାମର ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କ, ଡାକଘର ଓ ବୀମା ସଂସ୍ଥାରେ ୨୩ଲକ୍ଷ ୯୪ ହଜାର ୩୭୦ ଟଙ୍କା ଜମା ରହିଥିବା ଜଣାପଡିଛି । ତେବେ ୨୦୦୩ରେ ପ୍ରସନ୍ନ ସ୍ୱାଇଁ ଖରିଆର ଠାରେ ଲୋୟର ଇନ୍ଦ୍ରା କେନାଲ ଡିଭିଜନରେ ଚୁକ୍ତି ଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ । ୨୦୧୦ ଅଗଷ୍ଟ ୧୯ ଠାରୁ ନିଜ ଜିଲା ତଥା ଭଞ୍ଜନଗରରେ ଅବସ୍ଥାପିତ ଅଛନ୍ତି । ୨୦୧୩ରେ ସେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ।

Get real time updates directly on you device, subscribe now.