fbpx

ମୋବାଇଲ ବ୍ୟବହାର କରିବା ପଡ଼ିଲା ମହଙ୍ଗା, ୨ ଜଣ ସସପେଣ୍ଡ

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କୁ ମୋବାଇଲ ନିଶା । ଅନ୍ ଡ୍ୟୁଟି ଥିବା ବେଳେ ଜେଲରେ ମୋବାଇଲ ବ୍ୟବହାର କରିବା ପଡ଼ିଲା ମହଙ୍ଗା । ଏନେଇ ଉକ୍ତ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆରେ । କରଞ୍ଜିଆ ଉପ କାରାଗାରର ଦୁଇ ଜଣ ୱାର୍ଡର ସ୍ୱାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତିଙ୍କୁ ସସପେଣ୍ଡ କରାଯାଇଛି । ଉଭୟଙ୍କ ସସପେନସନ୍ ସହ ହେଡ୍ କ୍ୱାର୍ଟର୍ସର ପରିବର୍ତ୍ତନ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା ସର୍କଲ ଜେଲ ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ।

ପୂର୍ବରୁ ସ୍ୱାଗତ ରଥଙ୍କ ନାଁରେ ଜେଲ ମାନୁଆଲକୁ ଉଲଂଘନ ସହ କ୍ଷମତାର ଅପବ୍ୟବହାର ଭଳି ଅଭିଯୋଗ ରହିଛି । ନିଲମ୍ବନ ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା କାରାଗାର ମୁଖ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କହିରଖୁଛୁ ଆଜିକାଲି ଅନେକ ବଡ଼ ବଡ଼ କମ୍ପାନୀ, ପ୍ରଶାସନିକ କ୍ଷେତ୍ରରେ ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର କରିବା ନିଷେଧ ଅଟେ । ନିୟମ ଉଲଂଘନ ହେତୁ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ ।

 

 

Get real time updates directly on you device, subscribe now.