fbpx

(Video) କେଜ୍ରିୱାଲଙ୍କ ଇସ୍ତଫା ଦାବିକୁ ନେଇ ସାମ୍ନାକୁ ଆସିଲା ବିଜେପିର ପ୍ରତିକ୍ରିୟା, କହିଲେ ଏଇଟା ‘ପବ୍ଲିସିଟି ଷ୍ଟଣ୍ଟ’

ନୂଆଦିଲ୍ଲୀ: ଦୀର୍ଘ ୬ ମାସ ଜେଲରେ ବିତାଇବା ପରେ ବାହାରକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ତାଙ୍କ ପାର୍ଟୀର ଅନ୍ୟ କୌଣସି ବ୍ୟକ୍ତି କେଜ୍ରିୱାଲଙ୍କ ସ୍ଥାନ ନେବେ। କେଜ୍ରିୱାଲ କହିଛନ୍ତି ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆଗାମୀ ଦୁଇ ଦିନ ମଧ୍ୟରେ ନିଆଯିବ।

ଅରବିନ୍ଦ କେଜ୍ରିୱାଲଙ୍କ ଏହି ଇସ୍ତଫାକୁ ଦାବିକୁ ନେଇ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିଜେପି ଏହାକୁ କେଜ୍ରିୱାଲଙ୍କ ପିଆର ଷ୍ଟଣ୍ଟ ବୋଲି କହିଛି। ବିଜେପିର ମୁଖପାତ୍ର ଆମ ଆଦମୀ ପାର୍ଟୀକୁ ଏକ ଭ୍ରଷ୍ଟ ପାର୍ଟୀ କହିଛନ୍ତି ଏବଂ ସେ ସୋନିଆ ଗାନ୍ଧୀଙ୍କ ମଡେଲକୁ ଲାଗୁ କରିବାକୁ ଚାହୁଁଛନ୍ତି।

ବିଜେପି କହିଲା ପି.ଆର ଷ୍ଟଣ୍ଟ:

ବିଜେପିର ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ, ଏହା ଅରବିନ୍ଦ କେଜ୍ରିୱାଲଙ୍କ ପିଆର ଷ୍ଟଣ୍ଟ। ସେ ଭାବିଛନ୍ତି ଦିଲ୍ଲୀରେ ତାଙ୍କର ଇମେଜ ଏକ ସଚ୍ଚୋଟ ନେତା ନୁହେଁ ବରଂ ଏକ ଦୁର୍ନୀତିଗ୍ରସ୍ତ ନେତା ହୋଇଯାଇଛି, ଆଜି ଆମ ଆଦମୀ ପାର୍ଟୀ ସାରା ଦେଶରେ ଏକ ଦୁର୍ନୀତିଗ୍ରସ୍ତ ପାର୍ଟୀ ଭାବେ ପରିବର୍ତ୍ତିତ ହୋଇସାରିଛି।

ସେ ଆହୁରି କହିଛନ୍ତି, ଏହା ସ୍ପଷ୍ଟ ହୋଇସାରିଛି ଯେ, ସୋନିଆ ଗାନ୍ଧୀ ମଡେଲକୁ କାର୍ଯଖାରୀ କରିବାକୁ ଚାହୁଁଛନ୍ତି, ଯେଉଁଠାରେ ସେ ମନମୋହନ ସିଂହକୁ ଏକ ଡମୀ ପ୍ରଧାନମନ୍ତ୍ରୀ କରିଛନ୍ତି ଏବଂ ପରଦା ପଛରେ ସରକାର ଚଳାଉଛନ୍ତି। ସେ ଆଜି ବୁଝିସାରିଛନ୍ତି ଯେ, ଆମ୍ ଆଦମୀ ପାର୍ଟୀ ଦିଲ୍ଲୀ ନିର୍ବାଚନ ହାରୁଛନ୍ତି, ଏବଂ ଦିଲ୍ଲୀର ଲୋକଙ୍କ ନାମରେ ଭୋଟ ଦେଇପାରିବେ ନାହିଁ, ଏଥିପାଇଁ ସେ ଆଉ କାହାକୁ ବୋକା କରିବାକୁ ଚାହୁଁଛନ୍ତି।

Get real time updates directly on you device, subscribe now.