fbpx

ସରକାରୀ ଚାକିରି ଖୋଜୁଥିଲେ ଖୁସିଖବର : ୧୦ମ ପାସ୍‌ କରିଥିଲେ ରେଳବାଇରେ କରନ୍ତୁ ଆବେଦନ, ଜାଣନ୍ତୁ ଦରମା କେତେ

ନୂଆଦିଲ୍ଲୀ : ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରେଳବାଇରେ ଚାକିରି ଖୋଜୁଥିଲେ ଏଥିପାଇଁ ରେଜିଷ୍ଟ୍ରେସନ ଚାଲୁ ରହିଛି । ଏଠାରେ ୬୭ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ସ୍ପୋଟର୍ସ କୋଟା ଅଧିନରେ ପୂରଣ ହେବ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୭

ଜରୁରୀ ତାରିଖ : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅକ୍ଟୋବର ୬ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏଥିପାଇଁ ଫର୍ମ ଅନଲାଇନରେ ପୂରଣ କରାଯିବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧୀୟ ବିଷୟରେ ଆଇଟିଆଇ ସାର୍ଟିଫିକେଟ ଥିବା ଜରୁରୀ । ଆଉ କିଛି ପଦବୀ ପାଇଁ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରିବାର ବୟସ ସୀମା ୧୮ ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ସାଧାରଣ/EWS/OBC ପ୍ରାର୍ଥୀ ୫୦୦ ଟଙକା ଦେବାକୁ ହେବ । ସେହିପରି ଅନ୍ୟମାନେ ୨୫୦ ଟଙ୍କା ଦେବାକୁ ପଡିବ ।

ଚୟନ ପ୍ରକ୍ରିୟା :ଚୟନ ପ୍ରକ୍ରିୟା ଅନେକ ପର୍ଯ୍ୟାୟ ପରୀକ୍ଷା ଦେବା ପରେ ହେବ । ଏଥିପାଇଁ ଫିଲ୍ଡ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ଟେଷ୍ଟ ସାମିଲ ରହିଛି ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଦରମା ଅଲଗା ଅଲଗା ମିଳିବ । ମାସକୁ ୧୮,୦୦୦ରୁ ୨୯,୨୦୦ ଟଙ୍କା ଦରମା ମିଳିବ ।

ଏଥିପାଇଁ ପ୍ରାର୍ଥୀମାନଙ୍କୁ rrcmas.in କୁ ଯିବାକୁ ପଡିବ । ଏଠାରୁ ଆପଣ ସବିଶେଷ ତଥ୍ୟ ଏବଂ ପରବର୍ତ୍ତୀ ଅପଡେଟଗୁଡିକ ମଧ୍ୟ ଜାଣିପାରିବେ ।

Get real time updates directly on you device, subscribe now.