fbpx

ଅନ୍ୟର ଟୁଥ ବ୍ରଶ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, କରିପାରେ ରୋଗର ଏକ୍ସଚେଞ୍ଜ

ଆମେ ଅନେକ ସମୟରେ କୌଣସି ସ୍ଥାନକୁ ବୁଲି ଯିବା ସମୟରେ ଯଦି ସାଙ୍ଗରେ ଦାନ୍ତ ଘଷିବା ପାଇଁ ଟୁଥ ବ୍ରସ ନେଇ ନ ଥାଉ, ଭାଇ, ଭଉଣୀ, ମା, ସ୍ତ୍ରୀ ବା ସ୍ୱାମୀଙ୍କ ଟୁଥ ବ୍ରସରେ କାମ ଚଳାଇ ଦେଇଥାଉ । ଏମାନଙ୍କ ବ୍ରସ ବ୍ୟବହାର କରିବା ସମୟରେ ଆମ ଭିତରେ କୌଣସି ପ୍ରକାରର ଅରୁଚି ବା ଘୃଣାଭାବ ଆସିନଥାଏ । କିନ୍ତୁ ଏମିତି କରିବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏମିତି ନ କରିବାକୁ ଚିକିତ୍ସକ ମନାକରୁଛନ୍ତି । କାରଣ ଅନ୍ୟର ବ୍ରସ ବ୍ୟବହାର ଦ୍ୱାରା ଆମ ଶରୀରକୁ ଅନ୍ୟର ରୋଗ ସଂକ୍ରମିତ ହୋଇଥାଏ ।

ଟୁଥ ବ୍ରସରେ ସାଧାରଣତଃ ବ୍ୟାକ୍ଟେରିଆ ରହିଥାଏ । ମାଢି ରୋଗ, କ୍ୟାବିଟ୍ ଏବଂ ଅଧିକ ଗୁରୁତର ସଂକ୍ରମଣ ପାଇଁ ବ୍ୟାକ୍ଟେରିଆ ଦାୟୀ ରହିଥାଏ । ଦାନ୍ତ ଘଷିବା ବେଳେ ସେହି ଜୀବାଣୁ ବ୍ରଶରେ ରହିଥାଏ ଓ ଯେତେବେଳେ ସେହି ବ୍ରଶ ଅନ୍ୟଜଣେ ବ୍ୟବହାର କରେ ସେହି ଜୀବାଣୁ ଅନ୍ୟର ମୁହଁକୁ ଯାଇଥାଏ ଓ ଧୀରେ ଧୀରେ ପାଟିରେ ନିଜ ବଂଶ ବିସ୍ତାର କରିବା ଆରମ୍ଭ କରିଦିଏ ।

ଷ୍ଟ୍ରେପ୍ଟୋକୋକସ୍ ମ୍ୟୁଟାନ୍ସ ନାମକ ଉପାଦାନ ଅନେକ ପ୍ରକାରର ସଂକ୍ରମଣ ଏବଂ ଦାନ୍ତ କ୍ଷୟ ପାଇଁ ଦାୟୀ । ଏହି ଜୀବାଣୁ ଅନ୍ୟର ଟୁଥ୍ ବ୍ରଶ୍ ସେୟାର ଦ୍ୱାରା ଆପଣଙ୍କ ଶରୀରକୁ ଆସିବାର ସମ୍ଭାବନା ସୃଷ୍ଟି କରେ । ଏହାର ପ୍ରଭାବରେ ପାଟି ବାହାରେ ମଧ୍ୟ ସଂକ୍ରମଣ ସୃଷ୍ଟି କରିପାରେ ।

ଏହା ବ୍ୟତୀତ, ସାଧାରଣ ଜୀବାଣୁ କିମ୍ବା ଫ୍ଲୁ ପରି କେତେକ ଜୀବାଣୁ ଲାଳ ମାଧ୍ୟମରେ ସଂକ୍ରମିତ ହୋଇଥାଏ । ତେଣୁ ଅନ୍ୟର ବ୍ରଶ୍ ସେୟାର କରିବା ଦ୍ୱାରା ଲାଳରେ ଥିବା ଜୀବାଣୁ ଆପଣଙ୍କ ଶରୀରକୁ ପ୍ରବେଶ କରିପାରେ । ସେହିପରି ଏଚ୍‌.ଆଇ.ଭି ଏବଂ ହେପାଟାଇଟିସ୍ ବି ଭଳି ରୋଗ ମଧ୍ୟ ଟୁଥ ବ୍ରସ ସେୟାର ଦ୍ୱାରା ଅନ୍ୟ ଶରୀରକୁ ପ୍ରବେଶ କରି ଅନ୍ୟର ରକ୍ତକଣିକାରେ ମିଶି ରୋଗର କାରଣ ହୋଇପାରୋ ତେଣୁ ଏମିତି ଅଭ୍ୟାସରୁ ଦୂରେଇ ରହିବା ଆମ ପାଇଁ ଜରୁରୀ ।

Get real time updates directly on you device, subscribe now.