fbpx

ସାହାରା ଗ୍ରୁପ ଜମାକାରୀଙ୍କ ପାଇଁ ରିଫଣ୍ଡ ଲିମିଟ ବଢାଇଲେ ସରକାର, ଆଗାମୀ ୧୦ ଦିନରେ ହେବ ୧,୦୦୦ କୋଟିର ପେମେଣ୍ଟ

ନୂଆଦିଲ୍ଲୀ: ସରକାର ସାହାରା ଗ୍ରୁପ ସମବାୟ ସମିତିର ଛୋଟ ଜମାକାରୀଙ୍କ ପାଇଁ ରିଫଣ୍ଡ ଲିମିଟର ରାଶି ସୀମା ୧୦,୦୦୦ରୁ ବଢି ୫୦,୦୦୦ ଟଙ୍କା କରାଯାଇଛି। ସହଯୋଗ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଦିନ ଏହି ସୂଚନା ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାହାରା ଗ୍ରୁପର ଚାରିଟି ବହୁ-ରାଜ୍ୟ ସମବାୟ ସମିତିର ପ୍ରକୃତ ଜମାକାରିଙ୍କ ବୈଧ ଜମା ରାଶିର ଫେରସ୍ତର ଦାବି ଦାଖଲ କରିବା ପାଇଁ ସିଆରସିଏସ-ସାହାରା ରିଫଣ୍ଡ ପୋର୍ଟାଲ ୧୮ ଜୁଲାଇ, ୨୦୨୩ରେ ଜାରି କରାଯାଇଥିଲା।

ଏହି କମିଟିଗୁଡିକ ହେଲା-ସାହାରା କ୍ରେଡିଟ କୋପରେଟିଭ ସୋସାଇଟି ଲିମିଟେଡ. ଲକ୍ଷ୍ନୌ ସହରାୟନ ୟୁନିଭର୍ସଲ ମଲ୍ଟିପର୍ପଜ ସୋସାଇଟି ଲିମିଟେଡ, ଭପାଲ: ହମାରା ଇଣ୍ଡିଆ କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ, କୋଲକାତା; ତଥା ଷ୍ଟାର୍ସ ମଲ୍ଟିପର୍ପଜ କୋଅପରେଟିଭ ସୋସାଇଟି ଲିମିଟେଡ, ହାଇଦ୍ରାବାଦ।

Get real time updates directly on you device, subscribe now.