fbpx

ଜେଡିୟୁ ନେତ୍ରୀଙ୍କୁ ମାଡ ସହ ଜୋତା ମାଳ, ଭିଡିଓ ଭାଇରାଲ

ପାଟନା: ବିହାରରେ ଲଜ୍ଜାଜନକ ଘଟଣା । ଶାସକ ଦଳର ଜଣେ ମହିଳା ଜିଲ୍ଲା ଅଧ୍ୟକ୍ଷାଙ୍କୁ ସ୍ଥାନୀୟ ଲୋକେ ସର୍ବସମ୍ମୁଖରେ ଆଖିବୁଜା ମାଡ ମାରିବା ସହ ତାଙ୍କ ଗଳାରେ ଚପଲ ହାର ପିନ୍ଧାଇ ଦେଇଛନ୍ତି । ମାଡ ମାରିବା ପରେ ଚପଲ ପିନ୍ଧାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ କଣ ପାଇଁ ଜଣେ ମହିଳାଙ୍କ ସହ ଏମିତି ଦୁର୍ବ୍ୟବହାର କରାଯାଇଛି ତାର କାରଣ ଜଣାପଡି ନାହିଁ । କୁହାଯାଉଛି ଫେସବୁକ ବିବାଦ ପରେ ଏମିତି ହୋଇଛି । ଏବେ ସେହି ନେତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।

ବିହାରର ସୀତାମଣ୍ଡି, ବୈରଗାନିୟାର ଜେଡିୟୁ ଜିଲ୍ଲାଧ୍ୟକ୍ଷା କାମିନୀ ଅଛନ୍ତି । ବୁଧବାର ଅଞ୍ଚଳରେ ହୋଇଥିବା ଏକ ପାର୍ଟି କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଇନଥିଲା । ସନ୍ଧ୍ୟାରେ ଏହାକୁ ନେଇ ଫେସବୁକରେ ବିବାଦ ସୃଷ୍ଟି ହୋଇଥିଲା । ଘଟଣାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଦୁଇ ଗୋଷ୍ଠୀ ହୋଇଯାଇଥିଲେ । ଗୁରୁବାର ସକାଳୁ ଜିଲ୍ଲାଧ୍ୟକ୍ଷା ଓା୍ୱର୍ଡ ମେମ୍ବରଙ୍କ ଘରକୁ ଯାଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଏହା ପରେ ସ୍ଥାନୀୟ ଲୋକ ଜିଲ୍ଲାଅଧ୍ୟକ୍ଷାଙ୍କୁ ଘେରିଯିବା ସହ ତାଙ୍କୁ ନିର୍ଧୁମ ପିଟିଥିଲେ । ଏମିତି ପିଟିଲେ କି ଦରମରା ହୋଇଗଲେ । ତଥାପି ଲୋକଙ୍କ ରାଗ ଶାନ୍ତ ହୋଇନଥିଲା । ତାଙ୍କ ବେକରେ ଜୋତା ମାଳ ପିନ୍ଧାଇ ଦେଇଥିଲେ । ନେତ୍ରୀଙ୍କ ବେକରେ ଜୋତା ମାଳ ପକାଇବା ସହ ତାଙ୍କୁ ଚୋର ଚୋର କହିଥିଲେ । ଏହି ଜୋତା ପିନ୍ଧାଇବାର ଦୃଶ୍ୟ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିଲା, ଯାହା ଭାଇରାଲ ହେବାରେ ଲାଗିଛି ।

ରାଜ୍ୟରେ ଜେଡିୟୁ କ୍ଷମତାରେ ଥିବା ବେଳେ ଦଳୀୟ ନେତ୍ରୀଙ୍କ ପ୍ରତି ଏମିତି ବ୍ୟବହାର ଏବେ ସବୁଠି ଚର୍ଚ୍ଚାରେ । ତେବେ ଏମିତି ଘଟଣା କାହିଁକି ଘଟିଲା ତାର କାରଣ ଜଣାପଡିନାହିଁ । ଲୋକଙ୍କ ମାଡ ପରେ ଜେଡିୟୁ ନେତ୍ରୀ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ତାଙ୍କ ପରିବାର ଲୋକ ଘଟଣାକୁ ନେଇ କିଛି କହୁନାହାନ୍ତି ।

&nbsp

;

Get real time updates directly on you device, subscribe now.