fbpx

ପ୍ରେମ ଓ ଆକର୍ଷଣ ଭିତରର ଫରକ ଆପଣଙ୍କ ଜୀବନରେ ଭରିଦେବ ଖୁସି

ଓଡିଶା ଭାସ୍କର: ସମ୍ପ୍ରତ୍ତି ଯୁବପିଢିଙ୍କ ମଧ୍ୟରେ ପ୍ରେମରେ ବିଫଳତା ହେଉ ବା ଏକ ତରଫା ପ୍ରେମକୁ ନେଇ ଅପରାଧପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି । ଅନେକ ମଧ୍ୟ ଜୀବନ ହାରିବା ପୂର୍ବରୁ ସାମାନ୍ୟତମ ଚିନ୍ତା କରୁନାହାନ୍ତି । କାରଣ ବାସ୍ତବରେ ପ୍ରେମ ପରିଭାଷା ଅନେକଙ୍କୁ ଜଣାନାହିଁ । ଅନେକ ଆକର୍ଷଣକୁ ମଧ୍ୟ ପ୍ରେମ ମାନିନେଇଥାନ୍ତି । ତେବେ ପ୍ରେମ ଓ ଆକର୍ଷଣ ସମ୍ପୂର୍ଣ୍ଣ ଭିନ୍ନ କଥା । ତେବେ ପ୍ରେମ ଓ ଆକର୍ଷଣ ଭିତରେ କଣ ପ୍ରଭେଦ ରହିଛି ଆସନ୍ତୁ ଜାଣିବା ।

How to know love is real or not? What is the Difference between Love and Attraction? | My Fit Brain

ଯେଉଁଠି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ରହିଛି, ସେଠି ସେମାନେ ପରସ୍ପର ସହ ଅଧିକରୁ ଅଧିକ ସମୟ ଅତିବାହିତ କରିବାକୁ ଚାହିଁଥାନ୍ତି । ବିନା କାରଣରେ ପରସ୍ପରକୁ ଭେଟନ୍ତି । ପ୍ରତିଥର ନିଜ ପାର୍ଟନରଙ୍କୁ ଭେଟିବା ସମୟରେ ପ୍ରଥମ ଦେଖାର ଅନୁଭୂତି ହୋଇଥାଏ । କିନ୍ତୁ ଆକର୍ଷଣ କ୍ଷେତ୍ରରେ ଏମିତି ହୋଇନଥାଏ । କୌଣସି କାରଣକୁ ଆଧାର କରି ଭେଟନ୍ତି । ଏଥିରେ ପରସ୍ପର ପରସ୍ପରର ପ୍ରାଥମିକତା ହୋଇନଥାନ୍ତି ।

Using the Law of Attraction for Love: Boost Your Results With These Mindset Tips

ପ୍ରେମରେ ଥିବା ଦୁଇ ଜଣ ଭବିଷ୍ୟତକୁ ନେଇ ରଙ୍ଗୀନ ସ୍ୱପ୍ନ ଦେଖନ୍ତି । କେବେ ମଧ୍ୟ ଅନ୍ୟ କାହାକୁ ଦୁଇ ଜଣଙ୍କ ଭିତରେ ଆସିବାକୁ ଦେଇନଥାନ୍ତି କି ଅନ୍ୟ କାହା ବିଷୟରେ ଭାବିମଧ୍ୟ ପାରନ୍ତି ନାହିଁ । ନିଜ ସ୍ୱପ୍ନ ପୂରା କରିବାକୁ ମଧ୍ୟ ଅନେକ କିଛି ପଦକ୍ଷେପ ନେଇଥାନ୍ତି । ଅନ୍ୟପଟେ ଆକର୍ଷଣରେ ଭବିଷ୍ୟତ ପାଇଁ କୌଣସି ଯୋଜନା ହୋଇନଥାଏ । ବୁଲିବା, କଥା ହେବା ଭିତରେ ସବୁକିଛି ସୀମିତ ହୋଇଯାଏ ।

दूसरी चीजों को देता है महत्व

 

ବାସ୍ତବରେ ପ୍ରେମ କରୁଥିଲେ କଦାପି ଶାରୀରିକ ସମ୍ପର୍କ ସେମାନଙ୍କ ପ୍ରାଥମିକତା ହୋଇ ନ ଥାଏ । ଶରୀରର ମିଳନ ଠାରୁ ମନର ମିଳନ ଖୁସି ଦିଏ । କିନ୍ତୁ ଆକର୍ଷଣର ପ୍ରାଥମିକତା ଥାଏ ଶାରୀରିକ ସମ୍ପର୍କ ସ୍ଥାପନ । ସମ୍ପର୍କ ସ୍ଥାପନ କରିବା ପରେ ପରେ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ମନ ଉଚାଟ ହୁଏ । ହେଲେ ପ୍ରେମ ବିବାହକୁ ଅପେକ୍ଷା କରେ । ବିବାହ ପରେ ହିଁ ଶାରୀରିକ ସମ୍ପର୍କ ରଖିବା ଲକ୍ଷ୍ୟ ହୋଇଥାଏ ।

शारीरिक संबंध

ଜଣେ ଜଣଙ୍କୁ ପ୍ରେମ କରୁଥିବା ସମୟରେ ସେ ତାର ପାର୍ଟନରର ଛୋଟବଡ ସବୁ ପସନ୍ଦ, ନାପସନ୍ଦକୁ ଭଲଭାବେ ବୁଝେ । ଅନ୍ୟ ପ୍ରତି ନିଜକୁ ସମର୍ପିଦିଏ । ଅନ୍ୟର ଖୁସିରେ ନିଜେ ଖୁସି ହୁଏ । ଆଉ ଆକର୍ଷଣରେ ସେମିତି କିଛି ନ ଥାଏ । ନିଜର ଇଛା ପୂରାକରିବା ବ୍ୟକ୍ତିର ପ୍ରାୟୋରିଟି ହୋଇଥାଏ । ଏଥିରେ ପାର୍ଟନର କଣ ଚାହୁଁଛି ବା ନାହିଁ ସେଥିପ୍ରତି ଧ୍ୟାନ ଦିଆଯାଏନାହିଁ ।

Love At First Sight: The Science Behind Pheromone Attraction

ପ୍ରେମରେ ଜଣେ ଅନ୍ୟ ଜଣଙ୍କ ନିକଟରେ ସବୁ କଥା ଖୋଲି କହିଦିଏ । ନିଜ ଭୁଲ, ଦୁର୍ବଳତା, ଭଲ, ମନ୍ଦ ସବୁ କିଛି କଥାକୁ ନିଦ୍ୱର୍ନ୍ଦରେ ପରସ୍ପରକୁ କହିଥାନ୍ତି । ହେଲେ ଆକର୍ଷଣରେ ଥିବା ଦମ୍ପତି ଭାବିଚିନ୍ତି କଥା ହୋଇଥାନ୍ତି । ଅନେକ କିଛି କଥା ନିଜ ଭିତରେ ରଖିବାକୁ ପସନ୍ଦ କରିଥାନ୍ତି ।

Get real time updates directly on you device, subscribe now.