fbpx

ତିରୁପତି ଲଡୁ ମାମଲା : ‘ମୋତେ ଦୋଷୀ ଲାଗୁଛି’ 11 ଦିନ ଉପବାସ ରହିବେ ପଓ୍ବନ କଲ୍ୟାଣ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରରେ ଲଡୁ ପ୍ରସାଦ ବିବାଦ ଦିନକୁ ଦିନ ଉଗ୍ର ରୂପ ନେବାକୁ ଯାଉଛି । ଏହାରି ଭିତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ପଓ୍ବନ କଲ୍ୟାଣ ପ୍ରାୟଶ୍ଚିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ଆଜିଠୁ 11ଦିନ ଉପବାସ କରିବେ ।

ପଓ୍ବନ କହିଛନ୍ତି, ହେ ବାଲାଜୀ ଭଗବାନ, କ୍ଷମା କର ପ୍ରଭୁ । ତିରୁମାଲା ଲଡୁ ପ୍ରସାଦ ଯାହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ.. ତାହା ପୂର୍ବ ଶାସକଙ୍କର ଅନିୟନ୍ତ୍ରିତ ପ୍ରବୃତ୍ତି ଯୋଗୁଁ ଅପବିତ୍ର ହୋଇଯାଇଥିଲା । ପଶୁ ଚର୍ବି ମିଶି ଏହା ଦୂଷିତ ହୋଇଯାଇଛି । କେବଳ ନିଷ୍ଠୁର ମନ ଥିବା ବ୍ୟକ୍ତିମାନେ ଏପରି ପାପ କରନ୍ତି । ମୁଁ ଲଡୁ ବିଷୟରେ ଶୁଣି ପ୍ରଥମେ ବିବ୍ରତ ହୋଇପଡିଲି । ମୁଁ ନିଜକୁ ଦୋଷୀ ମନେ କରୁଛି । ମୁଁ ଜନ କଲ୍ୟାଣ ପାଇଁ ସଂଗ୍ରାମ କରୁଛି । ଦୁଃଖର ବିଷୟ ହେଉଛି ଯେ ଏଭଳି ସମସ୍ୟା ଆରମ୍ଭରେ ମୋ ଦୃଷ୍ଟି ଆକର୍ଷଣ ହୋଇ ନଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ସନାତନ ଧର୍ମ ଉପରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାଲାଜୀଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରାୟଶ୍ଚିତ କରିବା ଉଚିତ । ଆଜିଠୁ ମୁଁ ଉପବାସ କରିବି । 11 ଦିନ ପାଇଁ ଆରମ୍ଭ କରିବା ପରେ, ମୁଁ ତିରୁମାଳା ଭଗବାନଙ୍କୁ ଦର୍ଶନ କରିବି । ‘ଭଗବାନ … ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ପୂର୍ବ ସରକାରଙ୍କ ଦ୍ବାରା ଆପଣଙ୍କ ବିରୁଦ୍ଧରେ କରାଯାଇଥିବା ପାପ ଧୋଇବାକୁ ମୋତେ ଶକ୍ତି ଦିଅନ୍ତୁ ।

Get real time updates directly on you device, subscribe now.