fbpx

ଜାଲରେ ୯ଟି ମାଛ ଦେଖି ରେହମନଙ୍କ ଖୁସି କହିଲେ ନ ସରେ

କୋଲକାତା: ମାତ୍ର ୯ଟି ମାଥ ଧରି ବ୍ୟକ୍ତି ହୋଇଗଲେ ଲକ୍ଷପତି । ଭାବୁଛନ୍ତି କି, ସେହି ମାଛ ପେଟରେ କିଛି ଷ୍ଟୋନ, ବା ମୂଲ୍ୟବାନ ଧାତୁ ସେହି ମାଛସବୁର ପେଟରୁ ମିଳିଥିଲା । ନା, ସେମିତି କିଛି ନୁହେଁ । ହେଲେ ୯ଟି ମାଛ ଧରିଥିବା ଧୀବର ରାତାରାତି ୧୫ ଲକ୍ଷ ଟଙ୍କାର ହୋଇଗଲେ ମାଲିକ । କାରଣ ୯ଟି ମାଛର ଓଜନ ଥିଲା ପ୍ରାୟ ୨ କ୍ୟୁଣ୍ଟାଲ । ଆଉ କିଲୋ ପିଛା ବିକ୍ରି ହୋଇଥିଲା ୭.୫୦୦ ଟଙ୍କାରେ ।

ଏହି ମାଛର ନାମ ତେଲିଆ ଶିଳା ମାଛ । ପଶ୍ଚିମ ବଙ୍ଗର ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲ ଦୀଘା ମୁହାଣକୁ ଟ୍ରଲର ନେଇ ଯାଇଥିଲେ ମାଛ ଧରିବାକୁ । ତାଙ୍କ ଜାଲରେ ଏକା ସାଙ୍ଗରେ ବଡ ବଡ ୯ଟି ତେଲିଆ ଶିଳା ମାଛ ପଡିଥିଲା । ଏହି ମାଛ ସବୁର ଓଜନ ୧ କ୍ୟୁଣ୍ଟାଲ ୯୯କିଲୋ ରହିଥିଲା । ଏହି ମାଛକୁ ଦେଖିବାକୁ ଲୋକଙ୍କ ଭିତରେ ଦେଖାଦେଇଥିଲା ଆଗ୍ରହ । ବଜାରରେ ଜମିଥିଲା ଭିଡ ।

ପରେ ଏକ କମ୍ପାନୀ ସବୁ ମାଛକୁ ୧୫ ଲକ୍ଷ ୧୫ ହଜାର ୨୦୦ ଟଙ୍କାରେ କିଣି ନେଇଥିଲା । ମାଛର ଓଜନ ଯେତିକି ଅଧିକ ରହିବ, ତାର ଦାମ ସେତିକି ଅଧିକ ରହିଥାଏ । ଏହି ମାଛର ଚାହିଦା ରହିଛି, କାରଣ ଏଥିରୁ ଔଷଧ ପ୍ରସ୍ତୁତ ହୋଇଥାଏ । ଔଷଧ ଉତ୍ପାଦନକାରୀ କମ୍ପାନୀଙ୍କ ପାଇଁ ତେଲିଆ ଶିଳା ମାଛର ଚାହିଦା ଅମୂଲ ମୂଲ ।

Get real time updates directly on you device, subscribe now.