fbpx

ସିପାହୀ ବିଦ୍ରୋହ କଥା କହି ତିରୁପତି ବିବାଦରେ ଆଧ୍ୟାତ୍ମିକ ଗୁରୁଙ୍କ କ୍ଷୋଭ

ନୂଆଦିଲ୍ଲୀ: ତିରୁପତି ଲଡୁ (ପ୍ରସାଦମ) ବିବାଦ ଭିତରେ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଘଟଣାକୁ ନେଇ ଗଭୀର ଦୁଃଖବ୍ୟକ୍ତ କରିଛନ୍ତି । ଘଟଣାକୁ ନିନ୍ଦା କରିବା ସହ ଧର୍ମ ଗୁରୁ ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ କହିଛନ୍ତି, ଏଥିସହ ନିଜ ବୟାନରେ ସେ ସିପାହୀ ବିଦ୍ରୋହର କଥା ଉଠାଇଛନ୍ତି ।

ସ୍ୱିଜରଲାଣ୍ଡରେ ବର୍ତ୍ତମାନ ଶ୍ରୀ ଶ୍ରୀ ରବି ଶଙ୍କର ଥିବା ବେଳେ ତିରୁପତି ଲଡୁ ବିବାଦରେ ମୁହଁଖୋଲିଛନ୍ତି । ସେ କହିଛନ୍ତି କି, ଇତିହାସ ବହିରେ ଆମେ ୧୮୫୭ର ସିପାହୀ ବିଦ୍ରୋହ କଥା ପଢିଛୁ । ଏବେ ଆମେ ଦେଖୁଛି କେମିତି ଲଡୁ ମାଧ୍ୟମରେ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ କ୍ଷତବିକ୍ଷତ କରାଯାଉଛି । ଏପରି ଘଟଣାର ପୂନରାବୃତ୍ତି କରାଯାଇନପାରେ କି ଏହାକୁ କଦାପି କ୍ଷମା ଦିଆଯାଇ ନ ପାରେ ।

ଏପରି କାମ ଅତିହିଁ ଦୁଷ୍ଟ ଓ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କ ମାତ୍ରାଧିକ ଲୋଭ ପାଇଁ ସେମାନଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିବା ଉଚିତ । ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନଷ୍ଠାନ ନିଆଯିବା ଉଚିତ । ଖାଲି ଲଡୁ ନୁହେଁ, ସବୁ ଖାଦ୍ୟ ସାମଗ୍ରୀର ଆମକୁ ଯାଞ୍ଚ କରିବା ଦରକାର । ଏଥିସହ ବଜାରରେ ମିଳୁଥିବା ଘିଅର ଶୁଦ୍ଧତା ଉପରେ ପ୍ରଶ୍ନବାଚୀ ଠିଆକରିଛନ୍ତି ରବିଶଙ୍କର ।

ଏଥିସହ ମନ୍ଦିର ମ୍ୟାନେଜମେଣ୍ଟରେ ପ୍ରଶାସନ ବ୍ୟତୀତ, ସାଧୁ, ସନ୍ଥ, ଆଧ୍ୟାତ୍ମିକ ଧର୍ମଗୁରୁଙ୍କୁ ସୁପରଭିଜନ ପାଇଁ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି ରବିଶଙ୍କର । ସବୁ ପ୍ରକାର ସୁପରଭିଜନ ଧର୍ମୀୟ ବୋର୍ଡ ଦ୍ୱାରା କରାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିରେ ସେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଧର୍ମକୁ ମଧ୍ୟ ସାମିଲ କରିବାକୁ କହିଛନ୍ତି ରବିଶଙ୍କର ।

ରବି ଶଙ୍କର ନିଜ ବୟାନର ପ୍ରାରମ୍ଭରେ ଯେଉଁ ସିପାହୀ ବିଦ୍ରୋହ କଥା କହିଛନ୍ତି, ଏଠି ଆମେ ମନେ ପକାଇଦେବାକୁ ଉଚିତ ମନେ କରୁଛୁ କି, ସିପାହୀ ବିଦ୍ରୋହ କାଳରେ ଇଂଗ୍ରେଜ ସେନାରେ ଥିବା ହିନ୍ଦୁଙ୍କ ଧର୍ମ ନଷ୍ଟ କରିବାକୁ ସେମାନେ ବ୍ୟବହାର କରୁଥିବା ଗୁଳିର ଖୋଳପାକୁ ଗୋରୁ ଚମଡାରେ ପ୍ରସ୍ତୁତ କରୁଥିଲେ । ଯାହାକୁ ନେଇ ମଙ୍ଗଳ ସିଂହଙ୍କ ନେତୃତ୍ୱରେ ଏକ ବିରାଟ ବିଦ୍ରୋହର ସୂତ୍ରପାତ ହୋଇଥିଲା ।

Get real time updates directly on you device, subscribe now.