fbpx

ଗୋଟିଏ ସପ୍ତାହ ପାଇଁ ଅଦୃଶ୍ୟ ହୋଇଯିବେ କି ସୂର୍ଯ୍ୟ! ୨୬୭୧ର ଯାତ୍ରା କରି ଫେରିଥିବା ବ୍ୟକ୍ତିଙ୍କ ଭୟଙ୍କର ଦାବି

ନୂଆଦିଲ୍ଲୀ: ଦ ଗାର୍ଜିୟନ ରିପୋର୍ଟ ମୁତାବକ, ଏକ ଟିକଟୋକର ଯିଏ ନିଜକୁ ଟାଇମ ଟ୍ରାଭେଲର କହୁଛି, ସେ ସନ୍ ୨୬୭୧ରେ ଯାଇ ପହଞ୍ଚିଛି ଏବଂ ସେଠାରୁ ଯାତ୍ରା କରି ୨୦୨୪ରେ ଫେରିଆସିଛି। ଏହି ଟାଇମ ଟ୍ରାଭେଲର ପରେ ସେ ଏପରି ଏକ ଦାବି କରିଛନ୍ତି ଯେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଟିକଟୋକର ପାଞ୍ଚଟି ଡ୍ରାମେଟିକ ଇଭେଣ୍ଟର ଚେତାବନୀ ଦେଇଛି, ଯେଉଁଥିରେ ଏକ ଅଭୁତ ଶକ୍ତି ମଧ୍ୟ ରହିଛି। ଏତିକି ନୁହେଁ ସେ ଫେରିକି ଏହା ମଧ୍ୟ କହିଛନ୍ତି ଯେ, ଆମେ ମରିବୁ କି ନାହିଁ।

ଟିକଟକରେ @radianttimetraveller ନାମକ ଆକାଉଣ୍ଟରୁ ଏନୋ ଅଲରିକ ନାମକ ଜଣେ ବ୍ୟକ୍ତି ଭବିଷ୍ୟତର ଘଟନା ବିଷୟରେ କହିଛନ୍ତି। ଏହି ବ୍ୟକ୍ତି ଟ୍ୱିନ ପ୍ଲେଟ୍ସର ପୃଥିବୀ ସହ ମାଡ, ଏଲିଏନ୍ସ ସହ ମାନବର ସାମ୍ନା ହେବା ଏବଂ ବିଶ୍ୱ ଯୁଦ୍ଧ ୩ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛି। ବର୍ତ୍ତମାନ ବ୍ୟକ୍ତି ଜଣକ ଟାଇମ ଟ୍ରାଭେଲରେ ଏକ ଆଶ୍ଚର୍ଯ୍ୟଜନକ ମାମଲାର ଖୁଲାସା କରିଛି।

ବ୍ୟକ୍ତି ଜଣକ ଦାବି କରିଛି ଯେ, ସୂର୍ଯ୍ୟ ଗୋଟିଏ ସପ୍ତାହ ପାଇଁ ଲୁଚିଯିବେ। ଏହାପରେ ଏକ ଅଜବ ପ୍ରକାରର ଆକୃତି ସାମ୍ନାକୁ ଆସିବ। ଏଥିରେ ଦୁନିଆରେ ଏପରି ରୋଗ ସଂକ୍ରମଣ ହେବ, ଯାହାର ଉପଚାର କାହା ପାଖରେ ନଥିବ। ବ୍ୟକ୍ତିଙ୍କ କହିବାନୁଯାୟୀ, ୨୬୭୧ରେ ୯ ନଭେମ୍ବରରେ ସୂର୍ଯ୍ୟ ଗୋଟିଏ ସପ୍ତାହ ପାଇଁ ସଂପୂର୍ଣ୍ଣ ଭାବେ ଲୁଚିଯିବ। ସେହିପରି ୧୨ ନଭେମ୍ବରରେ ଆଣ୍ଟାର୍କଟିକାରେ ବରଫ ତଳେ ଏକ ଏଲିୟନ ଦବିବା ଅବସ୍ଥାରେ ମିଳିବ। ଯାହା ଏକ ରହସ୍ୟମୟୀ ରୋଗର କାରଣ ହେବ, ଏହା ସାରା ଦୁନିଆରେ ଦ୍ରୁତଗତିରେ ସଂକ୍ରମଣ ହେବ ଏବଂ ଏହାର କୌଣସି ଉପଚାର ରହିନଥିବ।

Get real time updates directly on you device, subscribe now.